ଶିଲଂ:ମେଘାଳୟରେ କୋରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣରେ ରହିଛି । ଏପ୍ରିଲରେ ଏଠାରେ ପ୍ରଥମ କୋରୋନା ଆକ୍ରାନ୍ତ ବାହାରିଥିଲେ । ଏବେ ସୁଦ୍ଧା ରାଜ୍ୟରେ ଏକମାତ୍ର ପଜିଟିଭ ମାମଲା ସାମନାକୁ ଆସିଛି ।
ତେବେ ବୁଧବାର ସରକାରଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ପ୍ରଥମ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା 50 ଲୋକଙ୍କ ନମୁନା ନେଗେଟିଭ ରହିଛି । ଏନେଇ ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ସୂଚନା ଦେଇଛନ୍ତି ।
ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲରେ ସମସ୍ତ ଟେଷ୍ଟ ହୋଇଥିଲା । ଏମାନେ ସମସ୍ତେ ପ୍ରଥମ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ । ପଜିଟିଭ ଆସିବା ପରେ କୋରୋନା ଆକ୍ରାନ୍ତ ଏମାନଙ୍କ ସହ ମିଳାମିଶା କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
@ANI