ETV Bharat / bharat

ଆସୁଛି ଇଦ୍, କର୍ଣ୍ଣାଟକରେ ସାମୂହିକ ନମାଜ ମନା - ଆସୁଛି ଇଦ୍

ଆସୁଛି ବଡ଼ ପର୍ବ ଇଦ-ଉଲ-ଅଜହା ବା ବକ୍ରିଇଦ । କୋରୋନାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ମସଜିଦରେ ସାମୂହିକ ନମାଜ ନପଢିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆସୁଛି ଇଦ୍, କର୍ଣ୍ଣାଟକରେ ସାମୂହିକ ନମାଜକୁ ନା

author img

By

Published : Jul 27, 2020, 7:20 AM IST

ବେଙ୍ଗାଲୁରୁ: ଆସୁଛି ବଡ଼ ପର୍ବ ଇଦ-ଉଲ-ଅଜହା ବା ବକ୍ରିଇଦ । କୋରୋନାକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର କିଛି ନିୟମ ଆଣିଛନ୍ତି । ଏକାସମୟରେ ମସଜିଦରେ ସାମୂହିକ ନମାଜ ନପଢିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମସଜିଦରେ କେବଳ 50 ଲୋକେ ସାମାଜିକ ଦୂରତା ରକ୍ଷା କରି ନମାଜ ପଢିବାକୁ କର୍ଣ୍ଣାଟକ ସରକାର ଅନୁମତି ଦେଇଛନ୍ତି ।

କୋଭିଡ-19 ମାହାମାରୀର ଭୟାବହତାରୁ ଦେଖି ଇଦଗାହ ଏବଂ ଅନ୍ୟସ୍ଥାନରେ ସାମୁହିକ ନମାଜ ପଢିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି ରାଜ୍ୟ ସରକାର। ସଂଖ୍ୟାଲଘୁ କଲ୍ୟାଣ ଏବଂ ୱାକଫ ବିଭାଗର ସଚିବ ଏ ବି ଇବ୍ରାହିମ ଜାରି କରିଥିବା ଏକ ନିର୍ଦ୍ଦେଶରେ କହିଛନ୍ତି ଯେ ମସଜିଦ ଯିବା ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ସାମାଜିକ ଦୂରତା ରକ୍ଷା କରିବେ ।

ସଂଖ୍ୟାଲଘୁ କଲ୍ୟାଣ ବିଭାଗର ସଚିବ ଏବଂ ୱାକଫ ବିଭାଗ ସଚିବ କହିଛନ୍ତି ଯେ ହିଲାଲ କମିଟି ନିଷ୍ପତ୍ତି ନେଇଛି ଯେ ଇଦ୍-ଉଲ୍-ଅଜା ବା ବକରିଦ ଜୁଲାଇ 31 ତାରିଖରେ ଉଦୁପି, ଡାକସିନା କନ୍ନଡ ଏବଂ କୋଡାଗୁ ଜିଲ୍ଲାରେ ପାଳନ କରାଯାଉଥିବାବେଳେ ବାକି ରାଜ୍ୟରେ ଏହା ଅଗଷ୍ଟ 1 ରେ ପାଳନ କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.