ଭୋପାଳ: ମଧ୍ୟପ୍ରଦେଶରେ ଏବେ ବୃଦ୍ଧି ପାଇବାରେ ଲାଗିଛି କୋରୋନା ପଜିଟିଭ ସଂଖ୍ୟା । ଯାହାଦ୍ବାରା ଗୋଟିଏ ଦିନରେ ଶତାଧିକ ଲୋକେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି । ଆଉ ଏହା ଏବେ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । କୋରୋନା ଭାଇରସ ଉପରେ କିପରି ଲଗାମ ଲାଗିବ ସେନେଇ ସରକାର ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।
ତେବେ ରାଜ୍ୟର ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ଭିତରେ ଇନ୍ଦୋର ବେଶି ପ୍ରଭାବିତ ହୋଇଛି । ଏନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶନିବାର ଠାରୁ 50ଟି ଓଲା ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରୋଗୀଙ୍କୁ ସ୍କ୍ରିନିଂ ପରେ ଗ୍ରୀନ ଡାକ୍ତରଖାନାରୁ ୟେଲୋ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା । ଏନେଇ ଏକ କଣ୍ଟ୍ରୋଲ୍ ରୁମ ମଧ୍ୟ ସ୍ଥାପନ ହୋଇଥିବା କହିଛନ୍ତି ଇନ୍ଦୋର ଡେଭଲପମେଣ୍ଟ ଅଥୋରିଟିର ସିଇଓ ।
ସୂଚନା ମୁତାବକ ରାଜ୍ୟରେ ଏବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1310 ଜଣ ଆକ୍ରାନ୍ତ ହୋଇଥିବାବେଳେ, ସେଥିମଧ୍ୟରୁ 69 ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ 1171ଟି କୋରୋନା ପଜିଟିଭ ସକ୍ରିୟ ଥିବାବେଳେ, 70 ଜଣ ସୁସ୍ଥ ହୋଇ ଫେରିଛନ୍ତି ।