ETV Bharat / bharat

ଫେସବୁକରେ ସମ୍ବେଦନଶୀଳ ମନ୍ତବ୍ୟ ଦେଇ 5 ଅଟକ - ଧାରା 370 ଉଚ୍ଛେଦ

ଗୁରୁବାର କଟକଣା କୋହଳ ହେବା ପରେ ମୋବାଇଲ ଫୋନ ବ୍ୟବହାର ଚାଲୁ ହୋଇଥିଲା । ଯେଉଁ ସମୟରେ କି ପୋଲିସ କିଛି ଯୁବକଙ୍କ ବିଷୟରେ ଖବର ପାଇଥିଲା ।

ଡିଜାଇନ ଫଟୋ
author img

By

Published : Aug 30, 2019, 5:02 AM IST

ଶ୍ରୀନଗର: ଧାରା 370 ଉଚ୍ଛେଦ ପରେ ଜମ୍ମୁ ଓ କାଶ୍ମୀରରେ କଟକଣା କଡାକଡି ହୋଇଛି । ବିଶେଷ କରି ମୋବାଇଲ ଓ ଇଣ୍ଟରନେଟ ସେବା ଉପରେ ବିଭିନ୍ନ ଜାଗାରେ ବ୍ୟାନ ଲାଗିଛି । ତେବେ ଗୁରୁବାର ଏହି ବ୍ୟାନରେ ସାମାନ୍ୟ ହ୍ରାସ ହୋଇଥିବାବେଳେ 5 ଯୁବକଙ୍କୁ ପୋଲିସ ଅଟକ ରଖିଛି ।

ସୂଚନାନୁସାରେ ରଜୌରୀ ଓ ପୁଞ୍ଚ ଜିଲ୍ଲାର ୫ ଜଣ ଯୁବକଙ୍କୁ ପୋଲିସ ଅଟକ ରଖିଛି । ଏମାନେ ଜମ୍ମୁ ଓ କାଶ୍ମୀର ସମ୍ବନ୍ଧରେ ଫେସବୁକରେ ସମ୍ବେଦନଶୀଳ ଟିପ୍ପଣୀ ଦେଇଥିବାର ଅଭିଯୋଗ ହୋଇଛି । ଏହି ଅଟକ ଯୁବକ ଜମ୍ମୁ ଓ କାଶ୍ମୀର ଅଧିବାସୀ ନଥିଲେ ମଧ୍ୟ ନିଜର ଅକାଉଣ୍ଟ ଦ୍ବାରା ସମ୍ବେଦନଶୀଳ ଟିପ୍ପଣୀ ଦେଉଥିଲେ । ଗୁରୁବାର କଟକଣା କୋହଳ ହେବା ପରେ ମୋବାଇଲ ଫୋନ ବ୍ୟବହାର ଚାଲୁ ହୋଇଥିଲା । ଯେଉଁ ସମୟରେ କି ପୋଲିସ ଏମାନଙ୍କ ବିଷୟରେ ଖବର ପାଇଥିଲା ।

ଅଟକ ଯୁବକ ହେଲେ, ରଜୌରୀର ଜାହିର ଚୌଧୁରୀ କଲାସ, ରଜୌରୀର ଇମ୍ରାନ କାଜି, ପୁଞ୍ଚର ନାଜିକ ହୁସେନ, ଜାକିର ଶାହା ବୁଖାରୀ ଏବଂ ସର୍ଦ୍ଦାର ତାରିକ ଖାନ । ପୋଲିସ ଏହି ୩ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏମାନେ କୌଣସି ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତି ନଥିବାର ଜଣାପଡିଛି । ତେବେ ଖୁବଶିଘ୍ର ଅଭିଯୁକ୍ତଙ୍କର ପାସପୋର୍ଟ ରଦ୍ଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ କଟକଣା ଲାଗୁ ହେବା ପରେ ପୋଲିସ ସୋସିଆଲ ମିଡିଆ ବ୍ୟବହାର ଉପରେ ନିୟମିତ କଡା ଦୃଷ୍ଟି ରଖିଆସୁଛି । ବିଶେଷ କରି ହ୍ବାଟ୍ସ ଆପ ଗ୍ରୁପରେ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ତଥା ମେସେଜ ନ ପଠାଇବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଚେକ ସମୟରେ ଏହି ୫ଟି ଯୁବକଙ୍କ ଫେସବୁକ ଆକାଉଣ୍ଟ ସାମନାକୁ ଆସିଥିଲା । ଏଥିରେ ବାରମ୍ବାର ସମ୍ବେଦନଶୀଳ ଟିପ୍ପଣୀ ସେୟାର କରାଯାଇଥିବା ଦେଖି ପୋଲିସ ସନ୍ଧାନ ନେଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.