ETV Bharat / bharat

ମୋଟ କୋଭିଡ ମାମଲାର 60% 5ଟି ରାଜ୍ୟରେ ପଞ୍ଜିକୃତ: ସ୍ୱାସ୍ଥ୍ୟମନ୍ତ୍ରୀ - 5ଟି ରାଜ୍ୟରେ ଅଧିକ କୋଭିଡ ମାମଲା

ଗତ 24 ଘଣ୍ଟାରେ ଭାରତରେ 92,071 ନୂଆ କୋଭିଡ ମାମଲା ଓ 1,136 ମୃତ୍ୟୁ ପଞ୍ଜିକରଣ ହୋଇଛି । ସୋମବାର ସୁଦ୍ଧା ଭାରତରେ ମୋଟ 48 ଲକ୍ଷ କୋଭିଡ ମାମଲା ଓ 79,722 ମୃତ୍ୟୁ ମାମଲା ରହିଛି ।

ମୋଟ କୋଭିଡ ମାମଲାର 60%  5 ଟି ରାଜ୍ୟରେ ପଞ୍ଜିକୃତ: ସ୍ୱାସ୍ଥ୍ୟମନ୍ତ୍ରୀ

author img

By

Published : Sep 14, 2020, 2:36 PM IST

ନୂଆଦିଲ୍ଲୀ: ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ କୋଭିଡ -19 ମହାମାରୀ ବିରୋଧୀ ଲଢେଇରେ ଭାରତର ରଣନୀତି ଉପରେ ବିସ୍ତୃତ ବିବରଣୀ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦୋହରାଇଛି ଯେ, ମୋଟ କୋଭିଡ -19 ମାମଲାର 60% ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶର ତାମିଲନାଡୁ ଏବଂ ଉତ୍ତରପ୍ରଦେଶ ଭଳି ପାଞ୍ଚଟି ରାଜ୍ୟରୁ ଆସୁଛି ।

ମୋଟ କୋଭିଡ ମାମଲାର 60% 5 ଟି ରାଜ୍ୟରେ ପଞ୍ଜିକୃତ: ସ୍ୱାସ୍ଥ୍ୟମନ୍ତ୍ରୀ

ଗତ 24 ଘଣ୍ଟାରେ ଭାରତରେ 92,071 ନୂଆ କୋଭିଡ ମାମଲା ଓ 1,136 ମୃତ୍ୟୁ ପଞ୍ଜିକରଣ ହୋଇଛି । ସୋମବାର ସୁଦ୍ଧା ଭାରତରେ ମୋଟ 48 ଲକ୍ଷ କୋଭିଡ ମାମଲା ଓ 79,722 ମୃତ୍ୟୁ ମାମଲା ରହିଛି ।

ଉଲ୍ଲେଖନୀୟ ଯେ, ସୋମବାର ପଞ୍ଜୀକୃତ ହୋଇଥିବା ମୋଟ ସକ୍ରିୟ ମାମଲାର 60 ପ୍ରତିଶତ ଏହି ପାଞ୍ଚଟି ରାଜ୍ୟରୁ ଆସିଛି ଏବଂ ମହାରାଷ୍ଟ୍ର ସର୍ବାଧିକ 22,000 ମାମଲାରେ ଏହି ତାଲିକାରେ ଆଗୁଆ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରିସଂଖ୍ୟାନ କହିଛି ଯେ, ଗତ 24 ଘଣ୍ଟା ମଧ୍ୟରେ ମୋଟ ମୃତ୍ୟୁର ପ୍ରାୟ 53% ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ଘଟିଛି । ମହାରାଷ୍ଟ୍ରରେ 36 ପ୍ରତିଶତରୁ ଅଧିକ ମୃତ୍ୟୁ (416) ରିପୋର୍ଟ ହୋଇଛି ।

ଗଣନାରୁ ଜଣାପଡିଛି ଯେ, ମହାରାଷ୍ଟ୍ରରେ 290,716 ସକ୍ରିୟ ମାମଲା ରହିଥିଲାବେଳେ 740,061 ସୁସ୍ଥ ହୋଇଛନ୍ତି । ସେହିଭଳି କର୍ଣ୍ଣାଟକରେ 99,222 ସକ୍ରିୟ ମାମଲା ଏବଂ 352,958 ସୁସ୍ଥ ରୋଗୀ, ଆନ୍ଧ୍ରପ୍ରଦେଶରେ 95,072 ସକ୍ରିୟ ମାମଲା ଏବଂ ଏହାର ସୁସ୍ଥ ସଂଖ୍ୟା 467,139, ଉତ୍ତରପ୍ରଦେଶରେ 68,122 ସକ୍ରିୟ ମାମଲା, ତାମିଲନାଡୁରର ମୋଟ ଆକ୍ଟିଭ ମାମଲା 47,366 ଏବଂ ମୋଟ ସୁସ୍ଥ ସଂଖ୍ୟା 447,366 ରହିଛି ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଗତ 24 ଘଣ୍ଟା ମଧ୍ୟରେ ପ୍ରାୟ 77,512 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.