ETV Bharat / bharat

କେରଳରେ ଆଉ 5 କୋରୋନା ପଜିଟିଭ ରୋଗୀ ଚିହ୍ନଟ

author img

By

Published : Mar 8, 2020, 11:37 AM IST

Updated : Mar 8, 2020, 12:09 PM IST

କେରଳରେ 5 ଜଣ ବ୍ୟକ୍ତି କୋରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ 3 ଜଣ ନିକଟରେ ଇଟାଲୀରୁ ଫେରିଥିଲେ । ଅନ୍ୟ 2 ଜଣ ସେମାନଙ୍କ ସଂସ୍ପର୍ଶରେ ଆସିବା ପରେ ସେମାନେ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଅଧିକ ପଢନ୍ତୁ...

corona virus
କୋରୋନା ଭାଇରସ

ଥିରୁଅନନ୍ତପୁରମ: ଭାରତରେ କୋରୋନା ଭାଇରସ ସଂକ୍ରମଣର ଆଉ 5ଟି ମାମଲା ସାମ୍ନାକୁ ଆସିଛି । କେରଳରେ 5 ଜଣ ବ୍ୟକ୍ତି କୋରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଛି । କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ରବିବାର ଏନଇ ସୂଚନା ଦେଇଛନ୍ତି । ସମସ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ଆଇସୋଲେଶନ ୱାର୍ଡରେ ରଖାଯାଇଛି । ତେବେ ସେମାନଙ୍କ ମଧ୍ୟରୁ 3 ଜଣ ନିକଟରେ ଇଟାଲୀରୁ ଫେରିଥିଲେ । ଅନ୍ୟ 2 ଜଣ ସେମାନଙ୍କ ସମ୍ପର୍କୀୟ ହୋଇଥିବା ବେଳେ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ ସେମାନେ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

କେରଳ

ତେବେ ସଂକ୍ରମିତ ବ୍ୟକ୍ତିମାନେ ନିକଟରେ ଇଟାଲୀରୁ ଫେରିଥିବା କଥା ଲୁଚାଇଥିଲେ । ସେମାନେ ଫେବୃଆରୀ 29ରେ ଭେନିଶ-ଦୋହା କ୍ବତର ଏୟାରୱେଜରେ ଭାରତ ଫେରିଥିଲେ । ତେବେ ଏହା ସହିତ ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 39ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 8, 2020, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.