ETV Bharat / bharat

ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଯବାନଙ୍କ କଡା ଜବାବ, 5 ପାକିସ୍ତାନୀ ଯବାନ ମୃତ - ଭାରତୀୟ ଯବାନ

ପାକିସ୍ତାନକୁ ତାରି ଭାଷାରେ ଭାରତର ଜବାବ । ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଲା ଭାରତୀୟ ସେନା । 5 ପାକିସ୍ତାନୀ ଯବାନ ମୃତ । 3 ଆହତ ।

5 ପାକିସ୍ତାନୀ ଯବାନ ମୃତ
5 ପାକିସ୍ତାନୀ ଯବାନ ମୃତ
author img

By

Published : Dec 11, 2020, 9:26 AM IST

Updated : Dec 11, 2020, 10:37 AM IST

ଶ୍ରୀନଗର: ଚେତୁନି ପାକିସ୍ତାନ । ସୀମାରେ ଜାରି ରଖିଛି ଅସ୍ତ୍ରବିରତି ଉଲ୍ଲଂଘନ । ଏହାର କଡାଜବାବ ଦେଉଛନ୍ତି ଭାରତୀୟ ସେନା । ସେନାର ଗୁଳିରେ 5 ପାକିସ୍ତାନୀ ଯବାନ ମୃତ । 3 ଆହତ ହୋଇଥିବା ସୂଚନା ।

ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲା ଏଲଓସି(ପ୍ରକୃତ ନିୟନ୍ତ୍ରଣ ରେଖା) ନିକଟରେ ଗୁଳିବିନିମୟ ହୋଇଥିବା ସେନା ସୂତ୍ରରୁ ସୂଚନା ମିଳିଛି । ପାକିସ୍ତାନ ପଟୁ ମାଙ୍କୋଟ ସେକ୍ଟରରେ ଗୁରୁବାର ରାତିରେ ଅସ୍ତ୍ରବିରତି ଉଲଙ୍ଘନ ହୋଇଥିଲା । ଏଥିରେ ଭାରତର ସାଧାରଣ ନାଗରିକଙ୍କ ଅନେକ କ୍ଷୟକ୍ଷତି ଘଟିଥିଲା ।

ତେବେ ଏହାର ଜବାବ ଦେବାକୁ ଯାଇ ଭାରତ ମଧ୍ୟ ଫାୟାରିଂ କରିଥିଲା । ଯେଉଁଥିରେ 5 ଜଣ ପାକିସ୍ତାନୀ ଯବାନଙ୍କର ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି । ଏହାସହ ପାକିସ୍ତାନର ଅନେକ ବଙ୍କର ମଧ୍ୟ ଧ୍ବଂସ ପାଇଛି ।

ସୂତ୍ର ଅନୁସାରେ, ଗତ ଦୁଇଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି । ତେବେ 1999 ମସିହା ପରଠାରୁ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିକୁ ନମାନିବା ସହ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲଙ୍ଘନ କରୁଛି । 2020 ଜାନୁଆରୀ ମାସରୁ ଏବେ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ପାକିସ୍ତାନର ଏହି ଅସ୍ତ୍ରବିରତି ଉଲଙ୍ଘନରେ ଭାରତର 30 ଜଣ ସାଧାରଣ ଲୋକଙ୍କ ଜୀବନ ଯାଇଥିବାବେଳେ 100ରୁ ଅଧିକ ଆହତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 11, 2020, 10:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.