ETV Bharat / bharat

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଟଙ୍କା ଠକେଇ ମାମଲା, 5 ଗିରଫ

author img

By

Published : Sep 1, 2020, 2:56 PM IST

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଟଙ୍କା ଠକେଇ ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଆସାମ ସିଏମ କାର୍ଯ୍ୟାଳୟ ରିଲିଫ ପାଣ୍ଠିରୁ ଟଙ୍କା ହେରଫର ଚିହ୍ନଟ ହେବା ପରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା।

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଟଙ୍କା ଠକେଇ ମାମଲା, 5 ଅଟକ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଜାଲିଆତି କରିବା ଅଭିଯୋଗରେ 5 ଜଣଙ୍କୁ ଗିରଫ କରାଯାଇଛି। ଏହି ବ୍ୟକ୍ତିମାନେ ଫଣ୍ଡରୁ ଟଙ୍କା ଉଠାଇଥିବା ଜଣେ ଅଧିକାରୀ କହିଛନ୍ତି।ଆସାମ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଭିଜିଲାନ୍ସ ସେଲର ଏକ ଟିମ୍ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନାମ ହେଲା ମହମ୍ମଦ ଆରିଫ, ମହମ୍ମଦ ଆସିଫ, ଶ୍ରୀ ଲାଲଜୀ, ସୌରଭ ରାଓ ଏବଂ ରବିନ୍ଦ୍ର କୁମାର।

ଆସାମ ସିଏମ କାର୍ଯ୍ୟାଳୟ ରିଲିଫ ପାଣ୍ଠିରେ କିଛି ଜାଲିଆତି କାରବାର ଚିହ୍ନଟ କରିବା ପରେ ଏମାନଙ୍କୁ ଗିରଫ କରାଯାଇଥିଲା। ଅଗଷ୍ଟ 10 ରେ ଏହାକୁ ନେଇ ସନ୍ଦେହ ଉପୁଜିବା ସହ ଚିହ୍ନଟ କରାଯାଇଥିଲା।

ଏହି ଘଟଣାର ଅନୁସନ୍ଧାନ କରିବାକୁ ମୁଖ୍ୟମନ୍ତ୍ରୀ ମୋତେ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 12 ରେ, ମୁଁ ଏକ ଅଭିଯୋଗ ଦାଖଲ କରିଥିଲି ଏବଂ ପରେ ଏକ ମାମଲା ପଞ୍ଜୀକୃତ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ଭିଜିଲାନ୍ସ ସେଲ ପୋଲିସ ଅଧୀକ୍ଷକ ରୋଜି କାଲିଟା ଗଣମାଧ୍ୟମକୁ କହିଛନ୍ତି।

"ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତମାନେ ବସ୍ତି, ଗୋରଖପୁର ଏବଂ ଲକ୍ଷ୍ନୌର ଅଟନ୍ତି। ଅଗଷ୍ଟ 27 ରେ ଆମେ ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର କେତେକ ସ୍ଥାନରେ ଚଢାଉ କରି ଏହି ମାମଲାରେ 5 ଜଣଙ୍କୁ ଗିରଫ କରାଯାଇଥିଲା। ଏହାପରେ ସେମାନଙ୍କୁ ବସ୍ତି ଜିଲ୍ଲାର କୋର୍ଟରେ ହାଜର କରାଯାଇ, ଟ୍ରାଞ୍ଜିଟ୍ ରିମାଣ୍ଡରେ ନିଆଯାଇଛି ବୋଲି ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.