ETV Bharat / bharat

ସରକାରଙ୍କୁ ଆଶା ଦେଖାଇଲା 5 କୋଭିଡ୍‌ ଟୀକା, ବଣ୍ଟନ ନେଇ ଯୋଜନା ପ୍ରସ୍ତୁତ

author img

By

Published : Nov 18, 2020, 6:56 AM IST

ଭାରତରେ ଚାଲିଛି 5 କୋଭିଡ୍‌ ଟୀକାର ପରୀକ୍ଷଣ । ସଫଳ ପରେ ଖୁବଶୀଘ୍ର ବଣ୍ଟନ ନେଇ ଯୋଜନା ପ୍ରସ୍ତୁତ । ଅଧିକ ପଢନ୍ତୁ...

କୋଭିଡ୍‌ ଟୀକା
କୋଭିଡ୍‌ ଟୀକା

ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର ଆସିପାରେ କୋରୋନା ଟୀକା । ଦେଶରେ 5ଟି ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଚାଲିଥିବାରୁ ସରକାରଙ୍କ ଆଶା ଉଜ୍ଜିବୀତ ହୋଇଛି । ଟୀକା ଆସିବା ପରେ ଏହାର ବଣ୍ଟନ ନେଇ ମଧ୍ୟ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିସାରିଲେଣି ।

5ଟି ଟୀକା ମଧ୍ୟରୁ 3ଟିର ଟ୍ରାଏଲ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା ଜଣାପଡିଛି । ପୁନେର ସେରମ ଇନଷ୍ଟିଚ୍ୟୁଟ୍‌ କରୁଥିବା ଅକ୍ସଫୋର୍ଡ-ଅଷ୍ଟ୍ରାଜେନିକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଭାରତ ବାୟୋଟେକର କୋଭାକ୍ସିନ ମଧ୍ୟ ତୃତୀୟ ପର୍ଯ୍ୟାୟରେ ନିଜର ଟ୍ରାଏଲ ଜାରି ରଖିଛି । ସେହିପରି ରୁଷିଆର ସ୍ଫୁଟିନକ ଭି ମଧ୍ୟ ଆସନ୍ତା ସପ୍ତାହରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରିବ ବୋଲି ଆଶା କରାଯାଉଛି ।

ନିତିଆୟୋଗର ସଦସ୍ୟ ଡକ୍ଟର ଭି କେ ପାଉଲ, ଯେକି ଭ୍ୟାକସିନ ପ୍ରଶାସନର ଜାତୀୟ ଏକ୍ସପର୍ଟ ଗ୍ରୁପ୍‌ର ମୁଖ୍ୟ ଅଛନ୍ତି ସେ ଏନେଇ ସୂଚନା ଦେଇଛନ୍ତି । ଏସବୁ ଟୀକା ଆସିଲେ ଭାରତରେ ଟୀକା ବଣ୍ଟନ ନେଇ ଅସୁବିଧା ହେବ ନାହିଁ ବୋଲି ସେ ଆଶା କରିଛନ୍ତି । ମଙ୍ଗଳବାର ଏଭଳି କିଛି ସୂଚନା ଦେଇ ଲୋକଙ୍କ ମନରେ ଆଶାର କିରଣ ଆଣିଛନ୍ତି ସେ ।

ଏହାସହ କାଡିଲାର ଭ୍ୟାକସିନ ଦ୍ବିତୀୟ ଓ ବାୟୋଲୋଜିକାଲ ଇର ଭ୍ୟାକସିନ ପ୍ରଥମ ପର୍ଯ୍ୟାୟରେ ଥିବା ଜଣାପଡିଛି । ଯାହା ଦେଶ ପାଇଁ ଶୁଭ ସଙ୍କେତ ବୋଲି କୁହାଯାଉଛି । ସେହିପରି ଦେଶ ମଧ୍ୟ ବିଶ୍ବ ସ୍ତରୀୟ ଦୁଇ ଭ୍ୟାକସିନ ଫାଇଜର ଓ ମୋଡରେନା ଉପରେ ନଜର ରଖିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ତେବେ ଫାଇଜରକୁ ସଂରକ୍ଷିତ ରଖିବା କଷ୍ଟକର ବ୍ୟାପାର କାରଣ ଏହା ମାଇନସ 70 ଡିଗ୍ରୀରେ ରହୁଥିବାରୁ ଏହା ଦେଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ । ସେହିପରି ଏହାର ଅଳ୍ପସଂଖ୍ୟକ ଡୋଜ୍‌ ଥିବାରୁ ଭାରତର ଚାହିଦାକୁ ଏହା ପୂରଣ କରିପାରିବ ନାହିଁ ବୋଲି କୁହାଯାଉଛି ।

ତେବେ ସରକାର ଏଦିଗରେ ବିଚାର କରୁଛନ୍ତି । ଯଦି ସମ୍ଭବ ହେବ ଫାଇଜର ମଧ୍ୟ ଦେଶରେ ଉପଲବ୍ଧ କରିବାକୁ ସରକାର ବ୍ୟବସ୍ଥା କରିବେ ବୋଲି ଫାଉଲ କହିଛନ୍ତି । ଫାଇଜର ଭ୍ୟାକସିନକୁ ସଂରକ୍ଷଣ କରି ରଖିବା ଓ ବାଣ୍ଟିବା ଭାରତ ପାଇଁ ପ୍ରଥମ କିଛି ମାସ ବହୁତ କଷ୍ଟକର ବ୍ୟାପାର ହେବ ବୋଲି ମଧ୍ୟ ସେ ଜଣାଇଛନ୍ତି ।

ସରକାର ପ୍ରାଥମିକ ସ୍ତରରେ 30 କୋଟି ଜନତାଙ୍କୁ ଭ୍ୟାକସିନ ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସ୍ବାସ୍ଥ୍ୟକର୍ମୀ, ଆଗଧାଡିର କୋରୋନା ଯୋଦ୍ଧା ଓ 50 ବର୍ଷରୁ ଅଧିକ ବୟସ୍କ ଲୋକ ସାମିଲ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.