ପାଟଣା: ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)କୁ ଝଟକା ଲାଗିଛି । ଆରଜେଡି ବିଧାନ ପରିଷଦର 5 ସଦସ୍ୟ ମଙ୍ଗଳବାର ଇସ୍ତଫା ଦେଇ ଶାସକ ଦଳ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ରେ ଯୋଗ ଦେଇଛନ୍ତି ।
ଆଗକୁ ବିଧାନ ପରିଷଦର 9ଟି ଆସନ ପାଇଁ ନିର୍ବାଚନ ହେବ। ଏହା ପୂର୍ବରୁ ଆରଜେଡି ବିଧାନ ପରିଷଦର ସଦସ୍ୟ ରାଧାଚରଣ ସେଠ୍, ଦିଲୀପ ରାଏ, କମରେ ଆଲାମ୍, ସଞ୍ଜୟ ପ୍ରସାଦ ଏବଂ ରଣବିଜୟ ସିଂହ ଇସ୍ତଫା ଦେଇଛନ୍ତି ।
ସେହିପରି ଆଗକୁ ବିହାରରେ ବିଧାନସଭା ନିର୍ବାଚନ ରହିଛି । ଏବେର ଆରଜେଡି ବିଧାୟକ ମଧ୍ୟ ଜେଡିୟୁରେ ମିଶିବାର ସମ୍ଭାବନା ରହିଛି ।