ଅମରାବତୀ: କୋରୋନା ସଂକ୍ରମଣରୁ ସୁସ୍ଥ ହେଲେ 4 ମାସର ଶିଶୁ । ପୂର୍ବ ଗୋଦାବରୀ ଜିଲ୍ଲାର ଜିଲ୍ଲାପାଳ ବିନୟ ଚାନ୍ଦ କହିଛନ୍ତି, ଗୋଦାବରୀ ଜିଲ୍ଲାର ଲକ୍ଷ୍ମୀ ନାମକ ଜଣେ ଆଦିବାସୀ ମହିଳା କୋରୋନେରେ ସଂକ୍ରମିତ ହୋଇଥିଲେ । ପରେ ଡାକ୍ତରମାନେ କହିଥିଲେ ଯେ, ତାଙ୍କର ଚାରି ମାସର ଶିଶୁ ମଧ୍ୟ କୋରୋନାରେ ସଂକ୍ରମିତ ।
ପରେ, ଶିଶୁକୁ ବିଶାଖାପାଟଣାରେ ଥିବା ବିଶାଖା ଇଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ କଲେଜକୁ ମେ 25 ତାରିଖରେ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଶିଶୁଟିକୁ 18 ଦିନ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଇଥିଲା । ପରେ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ପରେ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା । ପରେ ଶୁକ୍ରବାର ଦିନ ଶିଶୁଟିକୁ ଡିସଚାର୍ଜ କରାଯାଇଥିଲା । ତେବେ ଆନ୍ଧ୍ରପ୍ରଦେଶରେ କୋରୋନା ପଜେଟିଭଙ୍କ ସଂଖ୍ୟା 5680 ରହିଥିବା ବେଳେ ମୃତକଙ୍କ ସଂଖ୍ୟା 80 ରହିଛି ।