ETV Bharat / bharat

ଜାମ୍ମୁ କାଶ୍ମୀରରେ ଖୁବ ଶୀଘ୍ର ଆରମ୍ଭ ହେବ 4ଜି ସେବା

author img

By

Published : Jan 7, 2021, 9:09 PM IST

ଜାମ୍ମୁ କାଶ୍ମୀରବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ପ୍ରାୟ 2 ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ହାଇସ୍ପିଡ 4ଜି ଇଣ୍ଟରନେଟ ସେବା । ପଢନ୍ତୁ ଅଧିକ....

ଜାମ୍ମୁ କାଶ୍ମୀରରେ ଖୁବ ଶିଘ୍ର ଆରମ୍ଭ ହେବ 4ଜି ସେବା

ଶ୍ରୀନଗର: ଜାମ୍ମୁ କାଶ୍ମୀରବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ପ୍ରାୟ 2 ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ହାଇସ୍ପିଡ 4ଜି ଇଣ୍ଟରନେଟ ସେବା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟପାଳ ମନୋଜ ସିହ୍ନା । ଗଣମାଧ୍ୟମକୁ ସୂଚନା ଦେଇ ସିହ୍ନା କହିଛନ୍ତି ଯେ ଏକ ବିଶେଷଜ୍ଞ କମିଟି ରାଜ୍ୟରେ 4 ଜି ଇଣ୍ଟରନେଟ ସେବା ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଅନୁଧ୍ୟାନ ଜାରି ରଖିଛନ୍ତି । ତେଣୁ ଖୁବଶୀଘ୍ର ଏହି ସେବା ରାଜ୍ୟବାସୀଙ୍କ ପାଇଁ ଉପଲବ୍ଧ ହେବ ।

ବର୍ତ୍ତମାନ ସୁଦ୍ଧା ଜାମ୍ମୁ କାଶ୍ମୀରରେ କେବଳ ଦୁଇଟି ଜିଲ୍ଲାରେ 4ଜି ସେବା ଉପଲବ୍ଧ ଅଛି । ଉଧମପୁର ଓ ଗନ୍ଧର୍ବାଲ ଜିଲ୍ଲାରେ 4 ଜି ନେଟଓ୍ବାର୍କ ସ୍ବାଭାବିକ ଭାବେ କାମ କରୁଛି । ଖୁବ ଶୀଘ୍ର ରାଜ୍ୟର ସମସ୍ତ ଅଞ୍ଚଳରେ ଏହି ସେବାକୁ ଉପଲବ୍ଧ କରାଯିବା ନେଇ ପ୍ରଚେଷ୍ଟା ଚାଲିଛି ।

ଗତ 2019 ଅଗଷ୍ଟ 5ରୁ ରାଜ୍ୟରେ ଏହି ସେବାକୁ ରଦ୍ଦ କରିଥିଲେ କେନ୍ଦ୍ର ସରକାର । କାଶ୍ମୀରରେ ଧାରା 370 ପ୍ରତ୍ୟାହାର ସମୟ କୌଣସି ଦଙ୍ଗା ଆଶଙ୍କାକୁ ଏଡାଇବା ପାଇଁ ଇଣ୍ଟରନେଟ ସେବାକୁ ରାଜ୍ୟରେ ବନ୍ଦ ରଖାଯାଇଥିଲା । 2020ରେ ପୁଣି ଥରେ ଏହି ସେବାକୁ କାର୍ଯ୍ୟକ୍ଷମ କରାଯାଇଥିଲେ ସୁଦ୍ଧା କେବଳ 2ଟି ଜିଲ୍ଲାରେ ଏହି ସେବାକୁ ଉପଲବ୍ଧ କରାଯାଇଥିଲା । ବର୍ତ୍ତମାନ ସମଗ୍ର ରାଜ୍ୟରେ ଏହି 4ଜି ସେବା ପୁନଃ କାର୍ଯ୍ୟକ୍ଷମ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.