ଥିରୁଅନନ୍ତପୁରମ: କୋରୋନା କାଳରେ ମଧ୍ୟ ଜାରି ରହିଛି ସୁନା ତସ୍କରୀ । କେରଳର ଥିରୁଅନନ୍ତପୁରମ ବିମାନବନ୍ଦରରେ ପୁଣି ଯାତ୍ରୀଙ୍କ ଠାରୁ ସୁନା ଜବତ କରାଯାଇଛି । ବିମାନବନ୍ଦରରେ ଥିବା ଏୟାର ଇଣ୍ଟେଲିଜେନ୍ସ ୟୁନିଟ ବୁଧବାର ଏହି ସୁନା ଜବତ କରିଛି ।
ଯାତ୍ରୀଙ୍କ ନିକଟରୁ 480.10 ଗ୍ରାମ ସୁନା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଟିମ । ତେବେ ଏହି ଜବତ ସୁନାର ମୂଲ୍ୟ ପ୍ରାୟ 22.41 ଲକ୍ଷ ଟଙ୍କାରୁ ଅଧିକ ହେବ । ଏନେଇ ଟିମ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି କୋଚିର କମିଶନର ଅଫ କଷ୍ଟମ୍ସ ।
ତେବେ କୋରୋନା ସଂକ୍ରମଣ ଉପରେ ରୋକ ଲଗାଇବାକୁ ସମଗ୍ର ବିଶ୍ବରେ ଜାରି ହୋଇଥିବା ଲକଡାଉନ ସମୟରେ ଏହି ସୁନା ତସ୍କରୀ ବନ୍ଦ ରହିଥିବାବେଳେ, ଏହା ଏବେ ପୁଣି ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଅନେକ ସମୟରେ ଦେଶର ଭିନ୍ନ ଭିନ୍ନ ବିମାନ ବନ୍ଦରରୁ ସୁନା ଚୋରାରେ ଆଣୁଥିବାବେଳେ ଧରା ପଡି ଗିରଫ ହେଉଛନ୍ତି ଯାତ୍ରୀ ।