ETV Bharat / bharat

ଦିଲ୍ଲୀରେ ବଢୁଛି ସଙ୍କଟ, 6000 ପାର କରିବ ଆକ୍ରାନ୍ତ

author img

By

Published : May 8, 2020, 6:57 AM IST

ଗୁରୁବାର 448ଟି ନୂଆ ମାମଲା ବାହାରିଛି । ଏହାସହ ଜଣେ ଲୋକର କୋରୋନାରେ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଦିଲ୍ଲୀରେ ବଢୁଛି ସଙ୍କଟ, 6000 ପାର କରିବ ଆକ୍ରାନ୍ତ
ଦିଲ୍ଲୀରେ ବଢୁଛି ସଙ୍କଟ, 6000 ପାର କରିବ ଆକ୍ରାନ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ ପରେ ନୂଆଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6000 ପାର କରିବା ନିଶ୍ଚିତ ହୋଇଛି । ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5980 ରହିଛି । ଶୁକ୍ରବାର ଏହା 6000 ଟପିବ ବୋଲି ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି ।

ଗୁରୁବାର 448ଟି ନୂଆ ମାମଲା ବାହାରିଛି । ଏହାସହ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁସଂଖ୍ୟା 66 ପହଞ୍ଚିଛି । ସେପଟେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଅନେକ ଜାଗାରେ କଟକଣା କୋହଳ କରାଯାଇଛି । ରେଡ ଜୋନରେ ଏବେବି କଟକଣା ବଳବତ୍ତର ଥିବା ସରକାର ସୂଚନା ଦେଇଛନ୍ତି ।

ତେବେ କୋଭିଡ 19 କଣ୍ଟେନମେଣ୍ଟ ଜୋନରୁ 4ଟି ଅଞ୍ଚଳକୁ ମୁକ୍ତ କରିଛନ୍ତି ଦିଲ୍ଲୀ ସରକାର । ପରିସ୍ଥିତି ସୁଧୁରୁଥିବାରୁ ଏଠାରେ କଟକଣା କୋହଳ କରାଯାଇଛି । ଫଳରେ ଏବେ ସୁଦ୍ଧା ଦିଲ୍ଲୀରେ ମୋଟ 83ଟି କଣ୍ଟେନମେଣ୍ଟ ଜୋନ ରହିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.