ଲକ୍ଷ୍ନୌ: 44 ଜଣ ପୋଲିସ କନେଷ୍ଟବଳ କୋରୋନା ପଜିଟିଭ ଚିହ୍ନଟ । ଉତ୍ତରପ୍ରଦେଶର ପ୍ରତାପଗଡ ଜିଲ୍ଲାରେ ଆୟୋଜିତ ହୋଇଥିବା ପରେଡରେ ଯୋଗ ଦେଇ ସଂକ୍ରମିତ ହୋଇଥିବା ଜଣାପଡିଛି । ତେବେ, ନୂଆ କରି ନିଯୁକ୍ତି ପାଇଥିବା କନେଷ୍ଟବଳମାନଙ୍କର ଟ୍ରେନିଂ ଶେଷ ପରେ ପରେଡ କରାଯାଇଥିଲା । ଯେଉଁଥିରେ ଏକାଧିକ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ ।
ତେବେ ବିଭିନ୍ନ ସ୍ଥାନକୁ ପୋଷ୍ଟିଂ କରିବା ପୂର୍ବରୁ 199 ଜଣଙ୍କ କୋରୋନା ପରୀକ୍ଷା କରାଯାଇଥିଲେ । ଆଣ୍ଟିଜେନ ଟେଷ୍ଟରେ 44 ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏନେଇ ପ୍ରତାପଗଡ ଏସପି ସୂଚନା ଦେଇଛନ୍ତି । ସେପଟେ, ଏସପିଙ୍କ ଡ୍ରାଇଭର ଓ ସୁରକ୍ଷା କର୍ମୀ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି ।
@ IANS