ETV Bharat / bharat

କୋରୋନା ଅପଡେଟ: ଦେଶରେ ଗୋଟିଏ ଦିନରେ 43893 ସଂକ୍ରମିତ, 508 ମୃତ

ଦୈନିକ ସଂକ୍ରମଣ ରିପୋର୍ଟ ଅନୁସାରେ ସର୍ବାଗ୍ରେ ରହିଛି ଭାରତ । କୋରୋନା ମହାମାରୀ ବ୍ୟାପିବାର 7 ମାସ ପରେ ମଧ୍ୟ ଜାରି ରହିଛି ସଂକ୍ରମଣ । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଦେଶରେ ଗୋଟଏ ଦିନରେ 43,893 ସଂକ୍ରମିତ, 508 ମୃତ

author img

By

Published : Oct 28, 2020, 10:36 AM IST

ନୂଆଦିଲ୍ଲୀ: କୋରୋନା କବଜାରେ ସମଗ୍ର ବିଶ୍ବ ଥିବାବେଳେ, ଭାରତରେ ଏହାର ପ୍ରକୋପ ଜାରି ରହିଛି। ଯାହା ଦ୍ବାରା ବର୍ତ୍ତମାନ ସଂକ୍ରମଣ ସଂଖ୍ୟା 79 ଲକ୍ଷ ପାର କରିଛି। ସେହିପରି 1 ଲକ୍ଷ ପାର କରିଛି କୋରୋନା ମୃତ୍ୟୁ ସଂଖ୍ୟା । ତେବେ ପୂର୍ବ ଅପେକ୍ଷା କିଛି ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 43 ହଜାର 893 ଟି ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 508 ଜଣଙ୍କର ପ୍ରାଣହାନୀ ଘଟିଛି । ଯାହାକୁ ମିଶାଇ ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା 79 ଲକ୍ଷ 90 ହଜାର 322 ପାର କରିଥିବାବେଳେ, ମୃତ୍ୟୁ ସଂଖ୍ୟା 1 ଲକ୍ଷ 20 ହଜାର 010 କୁ ଛୁଇଁଛି ।

ସେହିଭଳି ମୋଟ ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା 72 ଲକ୍ଷ 59 ହଜାର 509 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ, 6 ଲକ୍ଷ 10 ହଜାର 803 ଜଣ ସଂକ୍ରମିକ ବିଭିନ୍ନ କୋଭିଡ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.