ETV Bharat / bharat

ମହାରାଷ୍ଟ୍ରରେ ଭୟଙ୍କର କୋରୋନା ସ୍ଥିତି: 24 ଘଣ୍ଟାରେ 431 ପଜିଟିଭ

author img

By

Published : Apr 23, 2020, 1:18 AM IST

ଗୋଟିଏ ଦିନରେ ମହାରାଷ୍ଟ୍ରରେ 431 ନୂଆ ମାମଲା ବାହାରିଛି । ଏମାନେ ସମସ୍ତେ କୋଭିଡ 19 ପଜିଟିଭ ଥିବା ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ଭୟଙ୍କର କୋରୋନା ସ୍ଥିତି: 24 ଘଣ୍ଟାରେ 431 ପଜିଟିଭ
ମହାରାଷ୍ଟ୍ରରେ ଭୟଙ୍କର କୋରୋନା ସ୍ଥିତି: 24 ଘଣ୍ଟାରେ 431 ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଗମ୍ଭୀର ହୋଇଛି । ଦେଶର ପ୍ରଥମ ରାଜ୍ୟ ଭାବେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 5000 ପାର କରିଛି । ପରିସ୍ଥିତି ଭୟଙ୍କର ଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି ।

ସ୍ବାସ୍ଥ୍ୟ ବିଭାଗ ସୂଚନାନୁସାରେ ଗୋଟିଏ ଦିନରେ ମହାରାଷ୍ଟ୍ରରେ 431 ନୂଆ ମାମଲା ବାହାରିଛି । ଏମାନେ ସମସ୍ତେ କୋଭିଡ-19 ପଜିଟିଭ ଥିବା ସ୍ପଷ୍ଟ ହୋଇଛି । ଏହାସହ 18 ଜଣଙ୍କର ମୃତ୍ୟୁ ହୋଇଛି । କେବଳ ମୁମ୍ବାଇରେ ବୁଧବାର 10 ଜଣଙ୍କର ମୃତ୍ୟୁ ସ୍ପଷ୍ଟ ହୋଇଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ଏହାସହ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 5649 ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 269 ଛୁଇଁଛି । 789 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ତେବେ ମୁମ୍ବାଇ ଓ ପୁନେରେ ପରିସ୍ଥିତି ସବୁଠାରୁ ଅଧିକ ଖରାପ ଥିବା ଜଣାପଡିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.