ETV Bharat / bharat

24 ଘଣ୍ଟାରେ 43 ବିଏସଏଫ୍ କୋରୋନା ଆକ୍ରାନ୍ତ - ସୁରକ୍ଷାକର୍ମୀ

ଗତ 24 ଘଣ୍ଟା ମଧ୍ୟରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ 43 ଟି ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ 911 ଜଣ ବିଏସ୍ଏଫ୍ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏପର୍ଯ୍ୟନ୍ତ 633 କର୍ମଚାରୀଙ୍କୁ ଆରୋଗ୍ୟ କରାଯାଇ ଡିସଚାର୍ଜ କରାଯାଇଛି । ଅଧିକ ପଢନ୍ତୁ...

ଗତ 24 ଘଣ୍ଟାରେ 43 ବିଏସଏଫ୍ କୋରୋନା ଆକ୍ରାନ୍ତ

author img

By

Published : Jun 27, 2020, 6:26 PM IST

ନୂଆଦିଲ୍ଲୀ: କୋରୋନା ସାରା ବିଶ୍ବରେ ତାଣ୍ଡବ ରଚୁଥିବା ବେଳେ ଏଥିରୁ ବାଦ ପଡ଼ି ନାହାନ୍ତି ଦେଶର ସୁରକ୍ଷାକର୍ମୀ । ଏବେ ଭାରତରେ କୋରୋନା ସଂକ୍ରମଣ ମାମଲା 5 ଲକ୍ଷ ଅତିକ୍ରମ କରିଛି । ତଥାପି, ଦେଶରେସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇ 2,95,881ରେ ପହଞ୍ଚିଛି । ଗତ 24 ଘଣ୍ଟା ମଧ୍ୟରେ ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ 43 ଟି ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ 911 ଜଣ ବିଏସ୍ଏଫ୍ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏପର୍ଯ୍ୟନ୍ତ 633 କର୍ମଚାରୀଙ୍କୁ ଆରୋଗ୍ୟ କରାଯାଇ ଡିସଚାର୍ଜ କରାଯାଇଛି। ମୁମ୍ବାଇରେ 117 ଅଗ୍ନିଶମ କର୍ମଚାରୀ ସଂକ୍ରମିତ ଥିବା ବେଳେ 4516 ପୋଲିସ କର୍ମଚାରୀ ମଧ୍ୟ ସଂକ୍ରମିତ ।

ମୁମ୍ବାଇରେ ଅଗ୍ନିଶମ ବିଭାଗର 117 କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଥିବା ବେଳେ ସଂକ୍ରମିତ ମଧ୍ୟରୁ 80 ଜଣ ସୁସ୍ଥ ହେଇଛନ୍ତି ଏବଂ ଆଠ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ଗତ 48 ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କୋରୋନା କାରଣରୁ ଆଉ ଦୁଇଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଏବଂ 190 ଜଣ ନୂତନ ପୋଲିସ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ମହାରାଷ୍ଟ୍ର ପୋଲିସର ସୂଚନାନୁସାରେ, ରାଜ୍ୟରେ ସଂକ୍ରମିତ ପୋଲିସର ସଂଖ୍ୟା ବର୍ତ୍ତମାନ 4516ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ସମୁଦାୟ 5,08,953ଟି ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ 2,95,881 ଜଣ ଲୋକ କୋରୋନାରୁ ଆରୋଗ୍ୟ ଲାଭ କରିଥିବାବେଳେ ଦେଶରେ କୋରୋନାରୁ ମୃତ୍ୟୁ ସଂଖ୍ୟା 15,685 ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ 1,97,387 ସକ୍ରିୟ ମାମଲା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.