ETV Bharat / bharat

ଏବେଯାଏଁ ମୋଟ 428 ଶ୍ରମିକ ସ୍ପେଶାଲ ଟ୍ରେନରେ 4.5 ଲକ୍ଷ ଲୋକ ସ୍ଥାନାନ୍ତର

author img

By

Published : May 11, 2020, 2:08 PM IST

ଭାରତୀୟ ରେଳବିଭାଗ ମେ 1 ରୁ 428 ଟି ‘ଶ୍ରମିକ ସ୍ପେଶାଲ’ ଟ୍ରେନ୍ ଚଳାଚଳ କରିଛି ଓ କୋରୋନା ଭାଇରସ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ମଧ୍ୟରେ 4.5 ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ସ୍ଥାନାନ୍ତର କରାଯାଇଛି ।

428 Shramik Special trains
ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ: ଭାରତୀୟ ରେଳବିଭାଗ ମେ 1 ରୁ 428 ଟି ‘ଶ୍ରମିକ ସ୍ପେଶାଲ’ ଟ୍ରେନ୍ ଚଳାଚଳ କରିଛି ଓ କୋରୋନା ଭାଇରସ ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ମଧ୍ୟରେ 4.5 ଲକ୍ଷରୁ ଅଧିକ ପ୍ରବାସୀଙ୍କୁ ସ୍ଥାନାନ୍ତର କରାଯାଇଛି ।

ଶନିବାର 80 ଟି ଟ୍ରେନ ସେବା ଚାଲୁଥିବାବେଳେ ରବିବାର ପର୍ଯ୍ୟନ୍ତ 64 ଟି ଟ୍ରେନ୍ ଚଳାଚଳ କରିଥିଲା । ବନ୍ଦ ହୋଇଯାଇଥିବା 287 ଟ୍ରେନ ମଧ୍ୟରୁ ମେ 9 ସୁଦ୍ଧା ଉତ୍ତରପ୍ରଦେଶରେ 127, ବିହାରରେ 87, ମଧ୍ୟପ୍ରଦେଶରେ 24, ଓଡିଶାରେ 20, ଝାଡଖଣ୍ଡରେ 16, ରାଜସ୍ଥାନରେ 4ଟି, ମହାରାଷ୍ଟ୍ରରେ 3ଟି, ତେଲେଙ୍ଗାନାରେ 2ଟି ଓ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶରେ ପ୍ରତ୍ୟେକ ଗୋଟିଏ ଲେଖାଏଁ ଟ୍ରେନ ଚାଲୁଥିବା ଅଧିକାରୀମାନେ କହିଛନ୍ତି।

ଏହି ଟ୍ରେନ୍ ଗୁଡିକ ତିରୁଚିରାପ୍ପଲ୍ଲୀ, ଟିଟଲାଗଡ, ବାରୁନି, ଖଣ୍ଡୱା, ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ୍, ଚାପ୍ରା, ବାଲିଆ, ଗୟା, ପୂର୍ଣ୍ଣିଆ, ବାରାଣାସୀ ଭଳି ସହରକୁ ଯାତାୟତ କରିଛି। ପ୍ରତ୍ୟେକ ଶ୍ରମିକ ସ୍ବତନ୍ତ୍ର ଟ୍ରେନରେ 24 ଟି କୋଚ୍ ଅଛି, ପ୍ରତ୍ୟେକଟି 72 ଟି ସିଟ୍ କ୍ଷମତା ବିଶିଷ୍ଟ । ତଥାପି ଗୋଟେ କୋଚରେ କେବଳ 54 ଜଣଙ୍କୁ ଅନୁମତି ଦିଆଯାଇଛି ଏବଂ ସାମାଜିକ ଦୂରତା ନିୟମ ବଜାୟ ରଖିବା ପାଇଁ କୁହାଯାଇଛି ।

ରେଳବିଭାଗ ଏପର୍ଯ୍ୟନ୍ତ ସ୍ବତନ୍ତ୍ର ସେବାରେ ଖର୍ଚ୍ଚ ହୋଇଥିବା ଅର୍ଥ ଘୋଷଣା କରି ନ ଥିବାବେଳେ ଅଧିକାରୀମାନେ ସୂଚାଇ ଦେଇଛନ୍ତି ଯେ ଜାତୀୟ ପରିବହନକାରୀ ସେବା ପାଇଁ ପ୍ରାୟ 80 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସରକାର ଏହା ପୂର୍ବରୁ କହିଥିଲେ ଯେ ସେବାଗୁଡିକର ମୂଲ୍ୟ 85:15 ଅନୁପାତରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ବାଣ୍ଟି ଦିଆଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.