ETV Bharat / bharat

କୋଭିଡ 19 ଯୁଦ୍ଧରେ 422ଟି ଲାଇଫଲାଇନ ବିମାନ ପାଲଟିଛନ୍ତି ସାରଥୀ

author img

By

Published : May 3, 2020, 7:00 AM IST

ଦେଶର କୋଭିଡ 19 ଯୁଦ୍ଧରେ 422ଟି ବିମାନ ସାରଥୀ କାମ କରିଥିଲେ ବୋଲି ମନ୍ତ୍ରଣାଳୟ କହିଛି । ଏମାନଙ୍କ ମଧ୍ୟରୁ କେବଳ ଏୟାର ଇଣ୍ଡିଆ ଓ ଏଲିଆନ୍ସ ଏୟାରର 244ଟି ବିମାନ ସେବା ଯୋଗାଇଥିଲେ । ଅଧିକ ପଢନ୍ତୁ...

କୋଭିଡ 19 ଯୁଦ୍ଧରେ 422ଟି ଲାଇଫଲାଇନ ବିମାନ ପାଲଟିଛନ୍ତି ସାରଥୀ
କୋଭିଡ 19 ଯୁଦ୍ଧରେ 422ଟି ଲାଇଫଲାଇନ ବିମାନ ପାଲଟିଛନ୍ତି ସାରଥୀ

ନୂଆଦିଲ୍ଲୀ: ଭାରତର କୋଭିଡ 19 ବିରୋଧୀ ଯୁଦ୍ଧରେ ଅଗ୍ରଣୀ ଭୂମିକା ନେଇଛନ୍ତି ଅନେକ ବିମାନ । ଲାଇଫଲାଇନ ଉଡାନ ସ୍କିମ ଅଧୀନରେ ଦେଶବ୍ୟାପୀ ମେଡିକାଲ ସାମଗ୍ରୀ ପହଞ୍ଚାଇବାରେ ଏମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି । ମୋଟ 422ଟି ବିମାନ ଏହି କାର୍ଯ୍ୟରେ ନିୟୋଜିତ ଥିଲେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଦ୍ବାରା ଲାଇଫଲାଇନ ବିମାନରେ ସମସ୍ତ ଦୂରବର୍ତ୍ତୀ ଓ ଦୁର୍ଗମ ଅଞ୍ଚଳରେ ମେଡିକାଲ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲା । ଏୟାର ଇଣ୍ଡିଆ, ଏଲିଆନ୍ସ ଏୟାର, ଭାରତୀୟ ବାୟୁସେନା ଏବଂ କିଛି ଘରୋଇ କମ୍ପାନୀର ବିମାନ ଏହି କାର୍ଯ୍ୟରେ ଲାଗିଥିଲେ । ଦେଶର କୋଭିଡ 19 ଯୁଦ୍ଧରେ 422ଟି ବିମାନ ସାରଥୀ କାମ କରିଥିଲେ ବୋଲି ମନ୍ତ୍ରଣାଳୟ କହିଛି । ଏମାନଙ୍କ ମଧ୍ୟରୁ କେବଳ ଏୟାର ଇଣ୍ଡିଆ ଓ ଏଲିଆନ୍ସ ଏୟାରର 244ଟି ବିମାନ ସେବା ଯୋଗାଇଥିଲେ ।

ଏବେ ଯାଏଁ ମୋଟ 790.22 ଟନ କାର୍ଗୋ ଯୋଗାଣ ହୋଇଛି । ଆକାଶ ମାର୍ଗରେ ମୋଟ 4 ଲକ୍ଷ 13 ହଜାର 538 କିଲୋମିଟର ଏହି ବିମାନ ସବୁ ଉଡି ସେବା ଯୋଗାଇଛନ୍ତି ବୋଲି ଜଣାପଡିଛି । ଲକଡାଉନବେଳେ ଦେଶରେ ବିଭିନ୍ନ ଦୁର୍ଗମ ଜାଗାକୁ ଏହି ଲାଇଫଲାଇନ ବିମାନ ଦ୍ବାରା ସମସ୍ତ ଅତ୍ୟାବଶ୍ୟକୀୟ ଓ ମେଡିକାଲ ସାମଗ୍ରୀ ପଠାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.