ETV Bharat / bharat

ତେଲେଙ୍ଗାନାରେ ରବିବାର 41 ନୂଆ କୋରୋନା ମାମଲା, 4 ମୃତ - ହାଇଦ୍ରାବାଦ କୋରୋନା

ରବିବାର ତେଲେଙ୍ଗାନାରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ହେଲଥ୍ ବୁଲେଟିନ୍ ଅନୁଯାୟୀ ଗୋଟିଏ ଦିନରେ 41 ଟି କୋରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଛି ।

new Covid cases in Telangana
ତେଲେଙ୍ଗାନାରେ ରବିବାର 41 ନୂଆ କୋରୋନା ମାମଲା, 4 ମୃତ
author img

By

Published : May 24, 2020, 11:15 PM IST

ହାଇଦ୍ରାବାଦ: ସାରା ଦେଶରେ କୋରୋନା କାୟା ବିସ୍ତାର ହେବାରେ ଲାଗିଛି । ଏପରିସ୍ଥଳେ ଦେଶର ବିଭିନ୍ନ ରାଜ୍ୟରେ କୋରୋନା ସ୍ଥିତି କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ରବିବାର ତେଲେଙ୍ଗାନାରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଜାରି କରାଯାଇଥିବା ହେଲଥ୍ ବୁଲେଟିନ୍ ଅନୁଯାୟୀ ଗୋଟିଏ ଦିନରେ 41 ଟି କୋରୋନା ପଜିଟିଭ୍ ମାମଲା ଚିହ୍ନଟ ହୋଇଛି ।

ରବିବାର 41 କୋରୋନା ରିପୋର୍ଟକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମାମଲା 1854 ରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ କେବଳ ଗ୍ରେଟର ହାଇଦ୍ରାବାଦରୁ 23 ଟି କୋରୋନା ମାମଲା ସାମ୍ନାକୁ ଆସିଥିଲା ।

ରବିବାର ତେଲେଙ୍ଗାନାର ଚାରି ଜଣଙ୍କ କୋରୋନା କାରଣରୁ ମୃତ୍ୟୁ ଘଟିଛି । ଏଥିସହ ରାଜ୍ୟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା 53 ରେ ପହଞ୍ଚିଛି । ହେଲଥ ବୁଲେଟିନ୍ ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 1092 ଜଣ ଲୋକ ଡିସଚାର୍ଜ ହୋଇଛନ୍ତି । ରବିବାର ଦିନ ପ୍ରାୟ 24 ଜଣ ଡିସଚାର୍ଜ ହୋଇଛନ୍ତି । ରାଜ୍ୟରେ ମୋଟ ସକ୍ରିୟ ମାମଲା 709 ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.