ETV Bharat / bharat

4050 ସ୍ବତନ୍ତ୍ର ଶ୍ରମିକ ଟ୍ରେନରେ ଘର ବାହୁଡିଛନ୍ତି 54 ଲକ୍ଷ ଶ୍ରମିକ

author img

By

Published : May 31, 2020, 9:13 PM IST

ଭାରତୀୟ ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ, ଦେଶରେ ମେ 1 ରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଇବା ଆରମ୍ଭ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ 4050 ଟ୍ରେନ୍ ଚଳାଚଳ କରିଛି । ଏହି ଶ୍ରମିକ ଟ୍ରେନ୍ ଦ୍ବାରା 54 ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଯାଇଛି ।

special train
special train

ନୂଆଦିଲ୍ଲୀ: କୋରୋନା ଭଳି ମହାବିପତ୍ତି ସମୟରେ ଭାରତୀୟ ରେଲୱେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ, ଦେଶରେ ମେ 1 ରୁ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚଳାଇବା ଆରମ୍ଭ ପର ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ 4050 ଟ୍ରେନ୍ ଚଳାଚଳ କରିଛି । ଏହି ଶ୍ରମିକ ଟ୍ରେନ୍ ଦ୍ବାରା 54 ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଯାଇଛି । ସେ କହିଛନ୍ତି ଯେ ଏହି ଟ୍ରେନଗୁଡିକର ପ୍ରାୟ 80 ପ୍ରତିଶତ ଉତ୍ତରପ୍ରଦେଶ ଏବଂ ବିହାର ପାଇଁ ଚଳାଚଳ କରିଛି।

ଏଥିସହିତ ଲକଡାଉନରେ କିଛି କୋହଳ ହେତୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଚାଲୁଥିବା ଶ୍ରମିକ ଟ୍ରେନର ଚାହିଦା ଏବେ ହ୍ରାସ ପାଉଛି । ଗତ 29 ଦିନ ମଧ୍ୟରେ 54 ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ସ୍ବତନ୍ତ୍ର ଟ୍ରେନ ଯୋଗେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଭାରତୀୟ ରେଳ ଦାବି କରିଛି ଯେ ଶ୍ରମିକମାନେ ଘରକୁ ନଆସିବା ପର୍ଯ୍ୟନ୍ତ ଏବଂ ରାଜ୍ୟ ଦାବି ନକରିବା ପର୍ଯ୍ୟନ୍ତ ଟ୍ରେନ ଚଳାଚଳ କରିବ।

ରେଲୱେ ଏହା ମଧ୍ୟ କହିଛି ଯେ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ରାଜ୍ୟ ଭିତରେ ଥିବା ଲୋକଙ୍କ ଆବଶ୍ୟକତା ପୂରଣ କରିବାରେ ଭାରତୀୟ ରେଳ ଆଗେଇ ଆସିଛି ଏବଂ ଏଭଳି ଟ୍ରେନ ବ୍ୟବସ୍ଥା କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.