ETV Bharat / bharat

ଉତ୍ତର ସିକିମରୁ ଉଦ୍ଧାର ହେଲେ ଫସି ରହିଥିବା ପର୍ଯ୍ୟଟକ

ଗତ ମଙ୍ଗଳବାର ପ୍ରବଳ ବର୍ଷା ଏବଂ ରାସ୍ତା ଖରାପ ହେତୁ ଉତ୍ତର ସିକିମର ଲାଚେନ୍ ଏବଂ ଜେମା ଅଞ୍ଚଳରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ଶୁକ୍ରବାର ସିକିମ ସେନା ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।

author img

By

Published : Jun 21, 2019, 4:36 PM IST

Updated : Jun 21, 2019, 4:50 PM IST

ଫାଇଲ ଫଟୋ

ଗୌହାଟି: ଉତ୍ତର ସିକିମରେ ଫସିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ସେନା । ଗତ ମଙ୍ଗଳବାର ପ୍ରବଳ ବର୍ଷା ଏବଂ ରାସ୍ତା ଖରାପ ହେତୁ ଉତ୍ତର ସିକିମର ଲାଚେନ୍ ଏବଂ ଜେମା ପର୍ଯ୍ୟଟନସ୍ଥଳୀରେ କିଛି ପର୍ଯ୍ୟଟକ ଫସି ରହିଥିଲେ । ତେବେ ଶୁକ୍ରବାର ସିକିମ ସେନା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ, ଗତ ଚାରିଦିନ ତଳେ 400ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଲାଚେନ୍ ଦେଖିବା ପାଇଁ ଆସିଥିଲେ । ତେବେ ସେମାନେ ଫେରିବା ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇ ରାସ୍ତା ଖରାପ ହୋଇଥିଲା । ଯାହାଦ୍ବାରା ସେମାନେ ଲାଚେନ୍ ଏବଂ ଜେମା ଅଞ୍ଚଳରେ ଫସି ରହିଥିଲେ ।

ଏହାପରେ ସେଠାକାର ପ୍ରଶାସନ ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ବାହାରକୁ ଆଣିବା ପାଇଁ ସେନା ଏବଂ ପୋଲିସ ପ୍ରଶାସନକୁ ଉଦ୍ଧାର କାର୍ଯ୍ୟରେ ନିୟୋଜନ କରିଥିଲେ । ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇ ଗନ୍ତବ୍ୟସ୍ଥଳକୁ ଫେରିବାର ବନ୍ଦୋବସ୍ତ କରିଛି ସିକିମ ପ୍ରଶାସକ ।

Last Updated : Jun 21, 2019, 4:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.