ETV Bharat / bharat

ବଦ୍ରିନାଥ ଧାମର ମାଷ୍ଟର ପ୍ଲାନରେ ଖର୍ଚ୍ଚ ହେବ 400 କୋଟି, ପିଏମ କରିବେ ସମୀକ୍ଷା - uttarakhand news

ଖୁବ ଶୀଘ୍ର ବଦ୍ରିନାଥ ଧାମର ମାଷ୍ଟରପ୍ଲାନ ପ୍ରଧାନମନ୍ତ୍ରୀଙ୍କ ଆଗରେ ରଖାଯିବ। 400 କୋଟି ଟଙ୍କା ବ୍ୟୟରେ କେଦାରପୁରୀରେ ବଦ୍ରିନାଥ ଧାମ ପୁନଃ ନିର୍ମାଣ ହେବ। ଅଧିକ ପଢନ୍ତୁ...

ବଦ୍ରିନାଥ ଧାମର ମାଷ୍ଟର ପ୍ଲାନରେ ଖର୍ଚ୍ଚ ହେବ 400 କୋଟି ଟଙ୍କା, ପିଏମ କରିବେ ସମୀକ୍ଷା

author img

By

Published : Sep 2, 2020, 6:51 PM IST

ଡେରାଡୁନ: ଉତ୍ତରାଖଣ୍ଡର ଚାରି ଧାମ ଭିତରୁ ବଦ୍ରିନାଥ ଧାମର ମାଷ୍ଟରପ୍ଲାନ ପ୍ରାୟ ପ୍ରସ୍ତୁତ ହୋଇସାରିଛି । 400 କୋଟି ଟଙ୍କା ବ୍ୟୟରେ କେଦାରପୁରୀରେ ବଦ୍ରିନାଥ ଧାମ ପୁନଃ ନିର୍ମାଣ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ମାଷ୍ଟରପ୍ଲାନର ସମୀକ୍ଷା ଏବଂ ଚୂଡ଼ାନ୍ତ ହେବ। ଏହା ପରେ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ।

ବଦ୍ରିନାଥ ଧାମର ମାଷ୍ଟରପ୍ଲାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଗରେ ରଖିବାକୁ ପ୍ରସ୍ତୁତ ହୋଇସାରିଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ବଦ୍ରିନାଥ ଧାମର ମାଷ୍ଟରପ୍ଲାନକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାସ୍କର ଖୁଲବେଙ୍କ ନିକଟରେ ରଖାଯାଇଛି।

ଏବେ ଖୁବ ଶୀଘ୍ର ଏହାକୁ ପ୍ରଧାନମନ୍ତ୍ରୀଙ୍କ ଆଗରେ ରଖାଯିବ । ମୁଖ୍ୟ ଶାସନ ସଚିବ ଓମପ୍ରକାଶ କହିଛନ୍ତି ଯେ, କେଦାରନାଥ ଧାମ ପରେ ବଦ୍ରିନାଥ ଧାମ ମଧ୍ୟ ବିକଶିତ ହେବ। ଭକ୍ତମାନଙ୍କ ପାଇଁ ସୁବିଧା ବୃଦ୍ଧି କରାଯିବ। ଏଠାରେ ଏକ ଗୁମ୍ଫା ମଧ୍ୟ ନିର୍ମାଣ ହେବ । ରାସ୍ତାର ଅବସ୍ଥା ସୁଧୁରିବ।

ଜାମ ଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ରାସ୍ତା ମଧ୍ୟ ସ୍ଥାନାନ୍ତରିତ ହେବ । ନଅ କୋଟି ଟଙ୍କା ବ୍ୟୟରେ ମୁଖ୍ୟ ରାସ୍ତାର ସ୍ଥାନାନ୍ତର କରାଯିବ। ଭକ୍ତଙ୍କ ପାଇଁ ପୂରା ଅଞ୍ଚଳ ମଧ୍ୟ ସଜାଯିବ ।

ଅଳକାନନ୍ଦା ନଦୀ ଉପରେ ଏକ ସେତୁ ମଧ୍ୟ ନିର୍ମାଣ ହେବ। କୁହାଯାଉଛି ଯେ, ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ପାଇବା ମାତ୍ରେ ନଭେମ୍ବରରୁ କାମ ଆରମ୍ଭ ହେବା। ଯାହାଫଳରେ ଆସନ୍ତା ବର୍ଷ ଚାରି ଧାମ ଯାତ୍ରା ଆରମ୍ଭ ହେବା ବେଳକୁ ଅନେକ କାମ ସରିଯିବ ।

ମାର୍ଚ୍ଚ ସୁଦ୍ଧା କେଦାରପୁରୀରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। କେଦାରପୁରୀରେ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟ ନଭେମ୍ବରରୁ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ନିଜେ କେଦାରପୁରୀର କାର୍ଯ୍ୟକୁ ନିରନ୍ତର ସମୀକ୍ଷା କରୁଛନ୍ତି।

ବଦ୍ରିନାଥ ଧାମଙ୍କୁ ମଧ୍ୟ କେଦାରପୁରୀ ଲାଇନରେ ସଜାଇବାକୁ ପଡିବ। ଏଥିପାଇଁ ପର୍ଯ୍ୟଟନ ବିଭାଗ ଦ୍ୱାରା ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି । ପିଏମ ସ୍ତରରେ ମାଷ୍ଟର ପ୍ଲାନ ଫାଇନାଲ ହେବା ମାତ୍ରେ କାମ ଆରମ୍ଭ ହେବ । କେଦାରପୁରୀର କାର୍ଯ୍ୟ ମଧ୍ୟ ଶୀଘ୍ର ଶେଷ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.