ETV Bharat / bharat

ଦିଲ୍ଲୀର ଘରୋଇ ହସ୍ପିଟାଲରେ ଡାକ୍ତର ସମେତ 40 କର୍ମଚାରୀ କୋରୋନା ଆକ୍ରାନ୍ତ - କୋରୋନା ଆକ୍ରାନ୍ତ

ରାଜଧାନୀ ଦିଲ୍ଲୀର ବାବୁ ଜଗଜୀବନ ରାମ ହସ୍ପିଟାଲରେ ଡାକ୍ତରଙ୍କ ସମେତ 40 ଜଣ କର୍ମଚାରୀ କୋରୋନା ପଜିଟିଭ୍ ଥିବା ଜଣାପଡିଛି। ଏହି ଡାକ୍ତରଖାନା ଦିଲ୍ଲୀର ଜାହାଙ୍ଗୀରପୁରୀରେ ଅବସ୍ଥିତ ।

corona virus infected
କୋରୋନା ଆକ୍ରାନ୍ତ
author img

By

Published : Apr 27, 2020, 10:20 AM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କ ସମେତ 40 ଜଣ କର୍ମଚାରୀ କୋରୋନା ପଜିଟିଭ୍ ଥିବା ଜଣାପଡିଛି। ଏହି ଡାକ୍ତରଖାନା ଦିଲ୍ଲୀର ଜାହାଙ୍ଗୀରପୁରୀରେ ଅବସ୍ଥିତ । ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, ଯେଉଁ ଡାକ୍ତରଖାନା ଗୁଡିକରେ କର୍ମଚାରୀମାନେ ପଜିଟିଭ୍ ଅଛନ୍ତି ସେମାନଙ୍କୁ ନେଇ ଏକ ଗାଇଡଲାଇନ ଜାରି କରାଯିବ। ଜାହାଙ୍ଗୀରପୁରୀର ସ୍ଥାନୀୟ ଅଞ୍ଚଳରେ ଏହି ଭୂତାଣୁ ଅନେକ ଲୋକଙ୍କ ମଧ୍ୟରେ ବ୍ୟାପିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ଏଥିସହିତ ଦୋକାନ ଖୋଲିବାକୁ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଲକଡାଉନ୍ ଶେଷ ହେବାକୁ 8-9 ଦିନ ବାକି ଅଛି । ଏଭଳି ପରିସ୍ଥିତିରେ ଆମେ ମେ 2 ପରେ ଏହା ବିଷୟରେ କହିପାରିବା । ଆମେ ପ୍ରତିଦିନ ପରିସ୍ଥିତି ଉପରେ ନଜର ରଖିଛୁ। ଏହା କୋରୋନା ମାମଲା ବୃଦ୍ଧି ଏବଂ ହ୍ରାସ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ପ୍ଲାଜମା ଥେରାପି ସାହାଯ୍ୟରେ ଗୁରୁତର ରୋଗୀମାନେ ମଧ୍ୟ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି। ଆମେ ସମସ୍ତ ଆରୋଗ୍ୟଙ୍କୁ ସେମାନଙ୍କର ପ୍ଲାଜମା ଦାନ କରିବାକୁ ନିବେଦନ କରୁଛୁ । ସେ କହିଥିଲେ, ‘ଯଦି ଅନ୍ୟ ଧର୍ମର ବ୍ୟକ୍ତିଙ୍କ ପ୍ରତି ଆପଣଙ୍କର କୌଣସି ଅସୁବିଧା ଅଛି, ତେବେ ମନେରଖନ୍ତୁ ଦିନେ ତାଙ୍କ ପ୍ଲାଜମା ଆପଣଙ୍କ ଜୀବନ ରକ୍ଷା କରିପାରିବ। ସେ କହିଛନ୍ତି ଯେ ମୁସଲିମଙ୍କ ପ୍ଲାଜମା ହିନ୍ଦୁଙ୍କ ଜୀବନ ରକ୍ଷା କରିବ ଏବଂ ହିନ୍ଦୁଙ୍କ ପ୍ଲାଜମା ମୁସଲିମଙ୍କ ଜୀବନ ରକ୍ଷା କରିବ। ଆମ ସମସ୍ତଙ୍କର ସମାନ ଲାଲ ରକ୍ତ ’।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.