ଇମ୍ପାଲ: ଭୂକମ୍ପରେ ଥରିଲା ଉଖରୁଲ ମଣିପୁର । ରିକ୍ଟର ସ୍କେଲରେ ତୀବ୍ରତା 4.0 ରେକର୍ଡ । ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜୀ ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର ଝଟକା ଦିନ ପ୍ରାୟ 10.19 ରେ ଅନୁଭୂତ ହୋଇଥିବା ବେଳେ କେନ୍ଦ୍ରସ୍ଥଳରୁ ଗଭୀରତା 30 କିଲୋମିଟର ରହିଥିଲା ।
ସୂଚନା ଅନୁସାରେ, ଭୂକମ୍ପରେ କ୍ଷୟକ୍ଷତିର ସୂଚନା ମିଳିନଥିବା ବେଳେ ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି । ତେବେ ଝଟକା ପାଇବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
ଏହା ପୂର୍ବରୁ ଶୁକ୍ରବାର ମଣିପୁରକୁ ଏକ ଭୂକମ୍ପର ଝଟକା ଲାଗିଥିଲା । ଯାହାର ରିକ୍ଟର ସ୍କେଲରେ ତୀବ୍ରତା 2.8 ରେକର୍ଡ କରାଯାଇଛି । ଭୂକମ୍ପର ସକାଳ 6.54 ରେ ଅନୁଭୂତ ହୋଇଥିବା ବେଳେ 10 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।