ETV Bharat / bharat

ମୁମ୍ବାଇରେ କୋରୋନା ଯୋଦ୍ଧାଙ୍କୁ ମିଳୁନି ଦରମା, କେରଳ ଫେରିଲେ ଡାକ୍ତର-ନର୍ସ

ମୁମ୍ବାଇରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି କେରଳରୁ ଡାକ୍ତର ଏବଂ ନର୍ସଙ୍କ ଏକ ଦଳକୁ ଡକାଇଥିଲେ ମହାରାଷ୍ଟ୍ର ସରକାର । ଏହି ଦଳ ମାସ ମାସ ଧରି ନିଜ ପରିବାରଠାରୁ ଅଲଗା ରହି କୋରୋନା ରୋଗୀଙ୍କ ସେବା କରୁଛନ୍ତି । କିନ୍ତୁ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ଏପର୍ଯ୍ୟନ୍ତ ଏହି ଦଳକୁ ଦରମା ଦେଇନଥିବା ଅଭିଯୋଗ ହୋଇଛି ।

author img

By

Published : Jul 16, 2020, 7:16 PM IST

ମହାରାଷ୍ଟ୍ର ସରକାର
ମହାରାଷ୍ଟ୍ର ସରକାର

ମୁମ୍ବାଇ: କୋରୋନା ମହାମାରୀ ବିରୋଧ ମୁକାବିଲାରେ ଆଗଧାଡିରେ ରହିଛନ୍ତି ଡାକ୍ତର ଏବଂ ନର୍ସ । କିନ୍ତୁ କୋରୋନା ଯୋଦ୍ଧା ସାଜିଥିବା ଡାକ୍ତର ଏବ ନର୍ସଙ୍କୁ ବେତନ ମିଳୁନଥିବା ଅଭିଯୋଗ ହୋଇଛି । ମୁମ୍ବାଇରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି କେରଳରୁ ଡାକ୍ତର ଏବଂ ନର୍ସଙ୍କ ଏକ ଦଳକୁ ଡକାଇଥିଲେ ମହାରାଷ୍ଟ୍ର ସରକାର । ଏହି ଦଳ ମାସ ମାସ ଧରି ନିଜ ପରିବାର ଠାରୁ ଅଲଗା ରହି କୋରୋନା ରୋଗୀଙ୍କ ସେବା କରୁଛନ୍ତି । କିନ୍ତୁ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ଏପର୍ଯ୍ୟନ୍ତ ଏହି ଦଳକୁ ଦରମା ଦେଇନଥିବା ଅଭିଯୋଗ ହୋଇଛି । 40 ଜଣ ଡାକ୍ତର ଦରମା ନପାଇ ନିରାଶ ହୋଇ କେରଳ ଫେରିବାକୁ ନିଷ୍ପତ୍ତି ନେଇଥିବା ଡାକ୍ତରୀ ଦଳର ମୁଖ୍ୟ ଡ. ସନ୍ତୋଷ କୁମାର କହିଛନ୍ତି ।

ଜୁନ୍ ମାସରେ କେରଳରୁ 40 ଡାକ୍ତର ଏବଂ 25 ନର୍ସ ମୁମ୍ବାଇ ଆସିଥିଲେ। ଡାକ୍ତର ଏବଂ ନର୍ସଙ୍କ ଏହ୍ ଦଳ ଜୁନ୍ ମାସରୁ ସେଭେନ୍ ହିଲ୍ସ କୋରୋନା ହସ୍ପିଟାଲରେ ସେବା କରିଆସୁଛି। ତେବେ ଏହି ଦଳ ଜୁଲାଇ ୨ ରେ ବେତନ ପାଇବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେମାନଙ୍କୁ ଏବେସୁଦ୍ଧା ଦରମା ମିଳିନାହିଁ । ତେବେ ଦରମା ବ୍ୟତୀତ ସେମାନେ ଅନ୍ୟ ଭତ୍ତା ମଧ୍ୟ ପାଇନଥିବା ଡ. ସାନ୍ତୋଷ କୁମାର କହିଛନ୍ତି । ଯଦି ଦରମା ଏବଂ ଭତ୍ତା ନ ମିଳେ ତେବେ ଆମେ ଏଠାରେ କିପରି ରହିବୁ ବୋଲି ପ୍ରଶ୍ନ ଉଠାଇଥିଲେ ଡାକ୍ତରମାନେ । ପ୍ରଶାସନ ନଶୁଣିବାରୁ ଶେଷରେ ସେମାନେ କେରଳ ଫେରିବାକୁ ସ୍ଥିର କରିଛନ୍ତି ।

ଏହି ଡାକ୍ତରମାନଙ୍କ ମଧ୍ୟରୁ କେତେକ ଆଜି ଏବଂ ଆଉ କେତେକ କାଲି ଫେରିଯିବେ। ତେବେ ଖାଲି ଡାକ୍ତର କେରଳ ଫେରିବେ । 25 ଜଣ ନର୍ସ ସେବା ଜାରି ରଖିବେ ବୋଲି କୁହାଯାଇଛି । ସେମାନେ ଏପର୍ଯ୍ୟନ୍ତ ଫେରିବାକୁ ନିଷ୍ପତ୍ତି ନେଇ ନାହାଁନ୍ତି। ଏହି ସମୟରେ ସେମାନେ ମ୍ୟୁନିସିପାଲିଟି ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୋଗାଯୋଗ ହୋଇପାରିଲା ନାହିଁ ବୋଲି ଡାକ୍ତର କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.