ମୁମ୍ବାଇ: ଗୋଭାଣ୍ଡିର ଶିବାଜୀ ନଗର ଅଞ୍ଚଳରେ ଅଭାବନୀୟ ଘଟଣା । ଏକ 4 ବର୍ଷର ଶିଶୁ ସେପ୍ଟିକ୍ ଟ୍ୟାଙ୍କରେ ପଡ଼ି ମୃତ୍ୟୁବରଣ କରିଛି । ଏହି ଘଟଣାଟି ଶିବାଜୀ ନାଗର ଅଞ୍ଚଳର ଏକ ମନ୍ଦିର ନିକଟରେ ଘଟିଛି । ମୃତକ ଜଣକ ହେଉଛନ୍ତି ଆରିଫ୍ ନାସୁଲ୍ଲାହ ଶେଖ ।
ମୁମ୍ବାଇର ଗୋଭାଣ୍ଡି ଉପକଣ୍ଠରେ ସେପ୍ଟିକ୍ ଟ୍ୟାଙ୍କଟି ଏକ କାଠପଟା ଦ୍ବାରା ଘୋଡା ଯାଇଥିଲା । ଆରିଫ ସାଙ୍ଗ ମାନଙ୍କ ସହ ଖେଳୁଥିବା ସମୟରେ ଟାଙ୍କି ଭିତରକୁ ଖସି ପଡ଼ିଥିଲେ, ଯାହା ସିସିଟିଭି ଫୁଟେଜରେ କଏଦ୍ ହୋଇଛି । ପାଖରେ ଥିବା ଜଣେ ବ୍ୟକ୍ତି ମୋବାଇଲରେ କଥା ହେଉଥିବାରୁ ଏସବୁକୁ ନଜର କରି ପାରିନଥିଲେ । ଆରିଫଙ୍କୁ ଟାଙ୍କିରୁ ବାହାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।
@ANI