ETV Bharat / bharat

ଟ୍ରାକରେ ଠିଆ ହୋଇଥିବା ଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରେନ, 4 ମୃତ - lucknow

ଉତ୍ତର ପ୍ରଦେଶରେ ଯାତ୍ରୀଙ୍କ ଉପରେ ମାଡିଗଲା ରାଜଧାନୀ ଏକ୍ସପ୍ରେସ 4 ମୃତ, 10 ଗୁରୁତର ।

ପ୍ରତିକାତ୍ମକ ଫଟୋ
author img

By

Published : Jun 10, 2019, 1:03 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହଟାବା ସ୍ଥିତ ବଲରଇ ରେଲଓ୍ବେ ଷ୍ଟେସନରେ ଅଘଟଣ । କିଛି ଯାତ୍ରୀ ଟ୍ରେନ ବାହାରକୁ ଆସି ଟ୍ରାକରେ ଠିଆ ହୋଇଥିଲେ । ଏହି ସମୟରେ ପଛପଟୁ ଆସୁଥିବା ରାଜଧାନୀ ଏକ୍ସପ୍ରେସ ଯାତ୍ରୀଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ 4 ଜଣ ପ୍ରାଣ ହରାଇଥିବାବେଳେ 10 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାମୁତାବକ, ମୃତ 4 ଜଣ ଯାତ୍ରୀ ମୁଜଫରପୁରରୁ ବାନ୍ଦ୍ରା ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ଅବଧ ଏକ୍ସପ୍ରେସକୁ ବଲରଇ ରେଳ ଷ୍ଟେସନରେ ଲୁପ ଲାଇନରେ ରଖି କାନପୁର ପଟୁ ଆସୁଥିବା ରାଜଧାନୀ ଏକ୍ସପ୍ରେସକୁ ପାସ କରାଯାଉଥିଲା । ଏହି ସମୟରେ ଉକ୍ତ ଯୁବକମାନେ ଗରମ ସହିନପାରି ଟ୍ରେନରୁ ଓହ୍ଲାଇ ବାହରେ ଠିଆ ହୋଇଥିବା ସମୟରେ ରାଜଧାନୀ ଏକ୍ସପ୍ରେସ ସେମାନଙ୍କ ଉପରେ ଚଢିଯାଇଥିଲା ।

ଖବରପାଇ ଜିଲ୍ଲା ପ୍ରଶାସନ, ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ମୃତକ ମାନେ ହେଲେ ଉତ୍ତର ପ୍ରଦେଶ କୌଶାମ୍ବିର ଜିଲ୍ଲାର ଜୁଗରାଜପୁର ବାସିନ୍ଦା ।

Intro:Body:

fsfs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.