ETV Bharat / bharat

ଗୋଟିଏ ପରିବାରର 4 ଜଣଙ୍କୁ ଗଳାକାଟି ହତ୍ୟା ! କାରଣ ଅସ୍ପଷ୍ଟ - 4 ଜଣଙ୍କୁ ଗଳାକଟି ହତ୍ୟା

ଗୋଟିଏ ପରିବାରର 4 ଜଣଙ୍କୁ ଗଳାକାଟି ହତ୍ୟା ! କାରଣ ଅସ୍ପଷ୍ଟ, ତଦନ୍ତ ଜାରି । ଅଧିକ ପଢନ୍ତୁ....

4 members of a family found murdered in Bihar's Nalanda district
ଗୋଟିଏ ପରିବାରର 4 ଜଣଙ୍କୁ ଗଳାକାଟି ହତ୍ୟା ! କାରଣ ଅସ୍ପଷ୍ଟ
author img

By

Published : Oct 6, 2020, 2:33 PM IST

ପାଟନା: ଗୋଟିଏ ପରିବାରର 4 ଜଣଙ୍କୁ ହତ୍ୟା ! ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ନାଲନ୍ଦା ଜିଲ୍ଲାରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ, ହତ୍ୟାକାଣ୍ତର କାରଣ ଏବେବି ଅସ୍ପଷ୍ଟ ରହିଛି । ସୂଚନା ଅନୁସାରେ, ନାଳନ୍ଦାରେ ରବି କୁମାର ନିଜ ସ୍ତ୍ରୀ ଓ ଦୁଇ ଛୁଆଙ୍କ ସହିତ ଦିର୍ଘ ଦିନ ଧରି ରହି ଆସୁଥିଲେ । ହେଲେ, ସେ ରହୁଥିବା ଘରୁ ଦୁର୍ଗନ୍ଧ ଆସିବାରୁ ପଡୋଶୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗିଥିଲା । ଆଉ ଦୁଇ ପିଲାଙ୍କ ସହ ସ୍ବାମୀ ସ୍ତ୍ରୀଙ୍କ ଗଳା କଟାଯାଇ ତେଳେ ପଡିଥିବା ପୋଲିସ ଦେଖିବାକୁ ପାଇଥିଲା । ମୃତଦେହ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପଡୋଶୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି ।

ସେପେଟ, ଦୀର୍ଘ ତିନି ଦିନ ହେବ ରବି କୁମାରଙ୍କ ଫୋନ ବନ୍ଦ ଆସୁଥିବା କହିଛନ୍ତି ରବି କୁମାରଙ୍କ ବାପା ରାଜେନ୍ଦ୍ର ପାସଶ୍ବନ । ତେବେ,ମୃତକ ମାନେ ହେଲେ ନେହା କୁମାରି, ତାଙ୍କ ସ୍ବାମୀ ରବି କୁମାର , ଦୁଇ ସନ୍ତାନ ଆହାନ କୁମାର ଓ ଜେନି କୁମାରୀ ବୋଲି ଜଣାପଡିଛି । ନେହା ନାଲନ୍ଦା ଜିଲ୍ଲାର ପାର୍ବଲପୁରର ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷକ ଥିଲେ ବୋଲି ଜଣାପଡିଛି ।

@ IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.