ETV Bharat / bharat

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ କୋରୋନାର ପାଦ, 4 ପଜିଟିଭ ଚିହ୍ନଟ - corona positive

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ବିଭାଗରେ 4 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ସମଗ୍ର ରାଜସ୍ବ ବିଭାଗକୁ ସାନିଟାଇଜ କରିଛି । ଅଧିକ ପଢନ୍ତୁ...

4 corona positive cases found in revenue dept in finance ministry
କେନ୍ଦ୍ର ଅର୍ଥମନ୍ତ୍ରାଳୟର ରାଜସ୍ବ ବିଭାଗରେ କୋରୋନାର ପାଦ, 4 ପଜିଟିଭ ଚିହ୍ନଟ
author img

By

Published : Jun 2, 2020, 8:57 PM IST

ନୂଆଦିଲ୍ଲୀ: ସାରା ବିଶ୍ବରେ କୋରୋନା ଭୂତାଣୁ ଦ୍ରୁତଗତିରେ ନିଜର କାୟା ବିସ୍ତାର କରୁଥିବା ବେଳେ ଏବେ ଏହାର ପାଦ ପଡିଛି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ । ମଙ୍ଗଳବାର ଅର୍ଥ ମନ୍ତ୍ରାଳୟର ରାଜସ୍ବ ବିଭାଗରେ 4 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ମନ୍ତ୍ରାଳୟରେ ହଇଚଇ ସୃଷ୍ଟି ହୋଇଯାଇଛି । ଏହି ଘଟଣା ପରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ସମଗ୍ର ରାଜସ୍ବ ବିଭାଗକୁ ସାନିଟାଇଜ କରିଛି ।

ପ୍ରକାଶ ଥାଉ କି, ପୂର୍ବରୁ ଦିଲ୍ଲୀର ଉପରାଜ୍ୟପାଳ(ଏଲଜି) ଅନୀଲ ବୈଜଲଙ୍କ କାର୍ଯ୍ୟାଳୟରେ 13 ଜଣ କର୍ମଚାରୀ ଏବଂ ଦିଲ୍ଲୀ ସରକାରରେ 6 ଜଣ କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ଦେଶରେ କୋରୋନା ପଜିଟିଭ ମାମଲା ବଢୁଥିବା ବେଳେ ମଙ୍ଗଳବାର ଅପରାହ୍ନ ସୁଦ୍ଧା କୋଭିଡ 19 ମୋଟ ମାମଲା 1,98,706 କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କୋଭିଡ-19ର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଦେଶରେ ମୃତ୍ୟୁହାର 2.82 ପ୍ରତିଶତ । ଯାହା ବିଶ୍ବର ଅନ୍ୟ ଦେଶ ତୁଳନାରେ ସର୍ବନିମ୍ନ । ଏଯାବତ୍ ଭାରତରେ କୋରୋନାରେ 5598 ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଦେଶରେ କୋଭିଡ-19ର 97,581ଟି ମାମଲା ସକ୍ରିୟ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.