ETV Bharat / bharat

4 ସିଆଇଏସଏଫ୍ ଯବାନ କୋରୋନା ଆକ୍ରାନ୍ତ - ସିଆଇଏସଏଫ୍

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇ ବିମାନବନ୍ଦର) ଏବଂ ଦିଲ୍ଲୀ ମେଟ୍ରୋର ସୁରକ୍ଷା ପାଇଁ ନିୟୋଜିତ ଥିବା ଚାରିଜଣ ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି।

cisf personal corona positive
4 ସିଆଇଏସଏଫ୍ ଯବାନ କୋରୋନା ଆକ୍ରାନ୍ତ
author img

By

Published : May 1, 2020, 10:07 AM IST

ନୂଆଦିଲ୍ଲୀ: 4 ସିଆଇଏସଏଫ୍ ଯବାନ କୋରୋନା ଆକ୍ରାନ୍ତ । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର (ଆଇଜିଆଇ ବିମାନବନ୍ଦର) ଏବଂ ଦିଲ୍ଲୀ ମେଟ୍ରୋର ସୁରକ୍ଷା ପାଇଁ ନିୟୋଜିତ ଥିବା ଚାରିଜଣ ସିଆଇଏସଏଫ ଯବାନ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି।

ଆକ୍ରାନ୍ତ ଯବାନଙ୍କ ମଧ୍ୟରେ ଦୁଇଜଣ ଯବାନ ଆଇଜିଆଇ ବିମାନବନ୍ଦରରେ ନିୟୋଜିତ ଥିବାବେଳେ ଅନ୍ୟ ଦୁଇ ଜଣ ଯବାନ ଦିଲ୍ଲୀ ମେଟ୍ରୋର ଅଲଗା ଅଲଗା ଲାଇନରେ ନିୟୋଜିତ ଥିଲେ । ଏହି ଯବାନଙ୍କ ମଧ୍ୟରୁ ତିନି ଜଣ ଯବାନଙ୍କୁ ଚିକିତ୍ସା ପାଇଁ ହରିୟାଣାର ଝଜର ସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏଥିସହ ଆଉ ଜଣେ ଯବାନଙ୍କୁ ଦିଲ୍ଲୀର ଦିଲଶାଦ ଗାର୍ଡେନ୍ ଅଞ୍ଚଳରେ ଅବସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଆଇଏସ୍ଏଫ୍ ଯବାନଙ୍କ ଯୋଗାଯୋଗରେ ଆସିଥିବା ଯବାନମାନଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି ।

ସୂଚନାଅନୁଯାୟୀ, ବିଗତ କିଛିଦିନ ହେବ ବିମାନବନ୍ଦର ଡ୍ୟୁଟିରେ ଥିବା ଜଣେ ଯବାନଙ୍କର ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କୋରୋନା ଭାଇରସର ଲକ୍ଷଣ ଦେଖାଯିବା ପରେ ତାଙ୍କୁ ଝାଜରର ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଯବାନଙ୍କ ପ୍ରଥମ ରିପୋର୍ଟ 24 ଏପ୍ରିଲରେ ଆସିଥିଲା । କିଛିଦିନ ପରେ ଏହି ଯବାନମାନେ କୋରୋନା ପଡେଟିଭ ଥଛିବା ଜଣାପଡିଛି ।

ସେହିପରି ଦିଲ୍ଲୀର ସିଆରପିଏଫ୍ ବାଟାଲିୟନର 6 ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି । ଅଧିକାରୀମାନେ କହିଛନ୍ତି ଯେ ସେମାନେ ମୟୂର ବିହାର ଫେଜ -3ସ୍ଥିତ 31 ତମ ବାଟାଲିୟନର କର୍ମଚାରୀ ଅଟନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.