ETV Bharat / bharat

ୱାଘା-ଅଟାରୀ ସୀମା ଦେଇ ଫେରୁଛନ୍ତି 38 ଭାରତୀୟ ହାଇ କମିଶନ

ଭାରତକୁ କାଉଣ୍ଟର କରି ଇସଲାମାବାଦରୁ 50 ପ୍ରତିଶତ ଭାରତୀୟ ଉଚ୍ଚ ହାଇ କମିଶନଙ୍କୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଥିଲା ପାକିସ୍ତାନ। ସେପଟେ କୂଟନୀତିଜ୍ଞ କର୍ମଚାରୀଙ୍କ ପରିବାର ସମେତ 100 ଜଣ ପାକିସ୍ତାନୀ ନାଗରିକ ୱାଘା ସୀମା ଦେଇ ପାକିସ୍ତାନକୁ ଫେରିବେ।

author img

By

Published : Jun 30, 2020, 2:43 PM IST

ୱାଘା-ଅଟାରୀ ସୀମା ଦେଇ ଫେରୁଛନ୍ତି 38 ଭାରତୀୟ ହାଇ କମିଶନ
ୱାଘା-ଅଟାରୀ ସୀମା ଦେଇ ଫେରୁଛନ୍ତି 38 ଭାରତୀୟ ହାଇ କମିଶନ

ଲାହୋର: ଆଜି ଭାରତୀୟ ହାଇ କମିଶନର 38 ଜଣ କର୍ମଚାରୀ ୱାଘା-ଅଟାରୀ ସୀମା ଦେଇ ଭାରତକୁ ଫେରୁଛନ୍ତି । ଭାରତ ନୂଆଦିଲ୍ଲୀ ସ୍ଥିତି ପାକିସ୍ତାନୀ ହାଇ କମିଶନଙ୍କ 50 ପ୍ରତିଶତ କର୍ମଚାରୀ ହ୍ରାସ କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦେଇଥିଲା । ଯାହାକୁ କାଉଣ୍ଟର କରି ପାକିସ୍ତାନ ମଧ୍ୟ ଇସଲାମାବାଦରେ ଥିବା ଭାରତୀୟ ହାଇ କମିଶନ କର୍ମଚାରୀଙ୍କୁ କମାଇବାକୁ କହିଥିଲା । ଯାହାକୁ ନେଇ 76 କର୍ମଚାରୀଙ୍କ ମଧ୍ୟରୁ 38 ଜଣ କର୍ମଚାରୀ ଭାରତ ଫେରିବେ ।

ସୂତ୍ର ଅନୁସାରେ, କୂଟନୀତିଜ୍ଞ କର୍ମଚାରୀଙ୍କ ପରିବାର ସମେତ 100 ଜଣ ପାକିସ୍ତାନୀ ନାଗରିକ ୱାଘା ସୀମା ଦେଇ ପାକିସ୍ତାନକୁ ଫେରିବେ।

ସୂଚନାଯୋଗ୍ୟ, ପାକିସ୍ତାନ ସହ ଚାଲିଥିବା କୂଟନୀତିଜ୍ଞ ବିବାଦ ମଧ୍ୟରେ ଭାରତ ସରକାର ନୂଆଦିଲ୍ଲୀରେ ପାକିସ୍ତାନ ହାଇ କମିଶନଙ୍କୁ କର୍ମଚାରୀଙ୍କୁ 50 ପ୍ରତିଶତ ହ୍ରାସ କରିବାକୁ କହିଛନ୍ତି।

ମେ 31 ରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା, ଯେତେବେଳେ ନୂଆଦିଲ୍ଲୀରେ ପାକିସ୍ତାନ ହାଇ କମିଶନଙ୍କ ଦୁଇଜଣ ଅଧିକାରୀଙ୍କୁ "ଗୁପ୍ତଚର" ଘୋଷଣା କରିବାର 24 ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ବୈଦେଶିକ କାର୍ଯ୍ୟାଳୟ ଏହାକୁ "ଅବାଞ୍ଛିତ" ବୋଲି କହି ଦୃଢ ନିନ୍ଦା କରିଛି। ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଆୟଶା ଫାରୁକି କହିଛନ୍ତି ଯେ, ଏହା ଭାରତର ପାକିସ୍ତାନ ବିରୋଧୀ ପ୍ରଚାରର ଏକ ଅଂଶ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.