ETV Bharat / bharat

ଶ୍ରମିକ ସ୍ପେଶାଲ ଟ୍ରେନ୍: 366 ଟ୍ରେନରେ ପ୍ରାୟ 4 ଲକ୍ଷ ପ୍ରବାସୀଙ୍କ ଘର ବାହୁଡା

ଭାରତୀୟ ରେଳ ସୂଚନା ମୁତାବକ ରେଳବାଇ ମେ 1 ରୁ 366 ଟି "ଶ୍ରମିକ୍ ସ୍ପେଶାଲ୍" ଟ୍ରେନ୍ ଚଳାଚଳ କରିଛି । ଏହାସହ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଚାରି ଲକ୍ଷ ପ୍ରବାସୀ ଗୃହ ପ୍ରତ୍ୟାବର୍ତ୍ତନ କରିଛନ୍ତି । 287 ଟି ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସାରିଥିବାବେଳେ 79 ଟି ଟ୍ରେନ ଗତିପଥରେ ରହିଛି । ଅଧିକ ପଢନ୍ତୁ...

Railways
Railways
author img

By

Published : May 10, 2020, 7:42 PM IST

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବାସୀ ଶ୍ରମିକ, ଛାତ୍ର, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ସମେତ ଫସି ରହିଥିବା ଲୋକଙ୍କୁ ନିଜ ଘରକୁ ଫେରିବାକୁ ଅନୁମତି ଦେଇଛନ୍ତି। ସମସ୍ତେ ମେ 1ରୁ ଚାଲୁଥିବା ସ୍ବତନ୍ତ୍ର ଟ୍ରେନ୍ ଯୋଗେ ନିଜ ସହରକୁ ଫେରୁଛନ୍ତି । ଏହି କ୍ରମରେ ଭାରତୀୟ ରେଳ ସୂଚନା ମୁତାବକ ରେଳବାଇ ମେ 1 ରୁ 366 ଟି "ଶ୍ରମିକ୍ ସ୍ପେଶାଲ୍" ଟ୍ରେନ୍ ଚଳାଚଳ କରିଛି । ଏହାସହ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଚାରି ଲକ୍ଷ ପ୍ରବାସୀ ଗୃହ ପ୍ରତ୍ୟାବର୍ତ୍ତନ କରିଛନ୍ତି । 287 ଟି ଟ୍ରେନ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସାରିଥିବାବେଳେ 79 ଟି ଟ୍ରେନ ଗତିପଥରେ ରହିଛି ।

ଏହି 287 ଟ୍ରେନ୍ ମଧ୍ୟରୁ ଉତ୍ତରପ୍ରଦେଶରେ 127, ବିହାରରେ 87, ମଧ୍ୟପ୍ରଦେଶରେ 24, ଓଡିଶାରେ 20, ଝାଡଖଣ୍ଡରେ 16, ରାଜସ୍ଥାନରେ 4 , ମହାରାଷ୍ଟ୍ରରେ 3 , ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗରେ 2 ଏବଂ ଆନ୍ଧ୍ରପ୍ରଦେଶ,ହିମାଚଳ ପ୍ରଦେଶରେ 1ଟି ଟ୍ରେନ ଚଳାଚଳ କରିଛି ।

ଏହି ଟ୍ରେନ୍ ଗୁଡିକ ତିରୁଚିରାପଲ୍ଲୀ, ଟିଟଲାଗଡ, ବାରୁନି, ଖଣ୍ଡୱା, ଜଗନ୍ନାଥପୁର, ଖୋର୍ଦ୍ଧା ରୋଡ୍, ଛାପ୍ରା, ବାଲିଆ, ଗୟା, ପୂର୍ଣ୍ଣିଆ, ବାରାଣାସୀ ଭଳି ଷ୍ଟେସନ ରହିଛି ।

ପ୍ରତ୍ୟେକ ଶ୍ରମିକ୍ ସ୍ପେଶାଲ୍ ଟ୍ରେନରେ 24 ଟି କୋଚ୍ ରହିଥାଏ । ପ୍ରତ୍ୟେକରେ 72 ଟି ସିଟ୍ ଅଛି | କୋଚରେ କେବଳ 54 ଜଣଙ୍କୁ ସାମାଜିକ ଦୂରତା ନିୟମ ବଜାୟ ରଖିବାକୁ ଅନୁମତି ଦିଆଯାଇଛି ଏବଂ କୌଣସି ଯାତ୍ରୀଙ୍କୁ ମଝି ବର୍ଥରେ ବସିବା ପାଇଁ ଅନୁମତି ଦିଆଯାଇନଥାଏ ।

ରେଳବାଇ ଏପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ସେବା ପାଇଁ ଖର୍ଚ୍ଚ ହେଉଥିବା ଅର୍ଥରାଶି ସୂଚନା ପ୍ରଦାନ କରିନାହିଁ । ଅଧିକାରୀମାନେ ସୂଚାଇ ଦେଇଛନ୍ତି ଯେ ପ୍ରତି ଥର ପାଇଁ 80 ଲକ୍ଷ ଟଙ୍କା ଖର୍ଚ୍ଚ କରିଥାଏ । ସରକାର ପୂର୍ବରୁ କହିଥିଲେ ଯେ ସେବା ମୂଲ୍ୟ 85:15 ଅନୁପାତରେ ରାଜ୍ୟ ସହ ବଣ୍ଟନ କରାଯାଇଛି ।

ଶ୍ରମିକ ସ୍ପେଶାଲ ଟ୍ରେନ୍ ସେବା ଆରମ୍ଭ ହେବା ପରଠାରୁ ଗୁଜୁରାଟ କେରଳର ଏକ ପ୍ରମୁଖ ପ୍ରବାସୀ ସ୍ଥାନାନ୍ତରଣ କେନ୍ଦ୍ର ପାଲଟିଛି । ପ୍ରବାସୀଙ୍କୁ ନିଜ ରାଜ୍ୟ ଫେରୁଥିବା ମାମଲାରେ ମଧ୍ୟରେ ବିହାର ଏବଂ ଉତ୍ତରପ୍ରଦେଶ ଶୀର୍ଷ ରାଜ୍ୟ ହୋଇ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.