ETV Bharat / bharat

ଡାକବିଭାଗର ଖାମଖିଆଲି, ଗୋଟିଏ ପ୍ରଶ୍ନ ବଦଳରେ ମିଳିଲା 360 ଉତ୍ତର

ଗୋଟିଏ ପ୍ରଶ୍ନ ବଦଳରେ ମିଳିଲା 360ଟି ଉତ୍ତର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଭୋପାଳ ଅଞ୍ଚଳରେ । ସୂଚନା ଅଧିକାର କର୍ମୀ ଜିନେନ୍ଦ୍ର ସୁରାନା ଡାକ ବିଭାଗକୁ ଗୋଟିଏ ପ୍ରଶ୍ନ ପଚାରିଥିଲେ । ଯାହା ବଦଳରେ ସେ 360 ଖଣ୍ଡ ଚିଠି ମାଧ୍ୟମରେ ଭିନ୍ନ ଭିନ୍ନ ଉତ୍ତର ପାଇଛନ୍ତି ।

author img

By

Published : Oct 12, 2019, 12:52 PM IST

ପ୍ରତିକାତ୍ମକ ଫଟୋ

ଭୋପାଳ: ସୂଚନା ଅଧିକାର ଆଇନ ବଳରେ ସରକାରଙ୍କ କାର୍ଯ୍ୟ ସମ୍ପର୍କରେ ଆମେମାନେ ଅବଗତ ହୋଇପାରୁ । ଏଥିପାଇଁ ଜରୁରୀ ଉତ୍ତର ପାଇଁ ସମ୍ପୃକ୍ତ ବିଭାଗକୁ ଆମେମାନେ ସୂଚନା ଅଧିକାର ଆଇନ ମାଧ୍ୟମରେ ପ୍ରଶ୍ନ ପଚାରି ଥାଉ । ତେବେ ନିକଟରେ ସମସ୍ତଙ୍କୁ ତାଜୁବ କରିବା ଭଳି ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ମୁତାବକ ମଧ୍ୟପ୍ରଦେଶର ନିମଚ ଜିଲ୍ଲାର ସୂଚନା ଅଧିକାର କର୍ମୀ ତଥା ସାମ୍ବାଦିକ ଜିନେନ୍ଦ୍ର ସୁରାନା ଡାକ ବିଭାଗରୁ କିଛି ସୂଚନା ପାଇଁ ସୂଚନା ଅଧିକାର ମାଧ୍ୟମରେ ଜାଣିବାକୁ ଚାହିଁଥିଲେ । ଏନେଇ ସୁରାନା କହିଛନ୍ତି କି, ଅନଲାଇନରେ ଡାକ ବିଭାଗର ସମ୍ପତ୍ତି ସମ୍ପର୍କରେ ଜାଣିବାକୁ ଆବେଦନ କରିଥିଲେ । ପ୍ରଶ୍ନ କରିଥିଲେ କି ବିଭାଗର ଅଚଳ ସମ୍ପତ୍ତିର ବଜାରରେ ଦର କେତେ ଏବଂ ବୁକ ଭାଲ୍ୟୁ କେତେ ହେବ ।ତେବେ ବିଭାଗ ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ସମସ୍ତ ଡାକ ବିଭାଗର ମୁଖ୍ୟ ଏବଂ ପୋଷ୍ଟ ମାଷ୍ଟରକୁ ଦିଆଯାଇଥିଲା ।

ଏହା ଫଳରେ ଏହାର ଉତ୍ତର ଦାୟିତ୍ବ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସମସ୍ତ ଡାକ ଅଧିକ୍ଷକଙ୍କ ଉପରକୁ ଆସିଥିଲା । ଏହା ସହିତ ନିର୍ଦ୍ଦେଶ ଥିଲା କି ଆବେଦନକର୍ତ୍ତାଙ୍କୁ ସେମାନେ ସିଧାସଳଖ ଭାବେ ଉତ୍ତର ଦେବେ । ଏହା ପରେ ଡାକ ବିଭାଗର କର୍ମଚାରୀମାନେ ଉତ୍ତର ପଠାଇବା ଆରମ୍ଭ କରିଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ଅଧିକାରୀମାନେ ଉତ୍ତର ପଠାଇବା ଆରମ୍ଭ କରିଥିଲେ ।

ଏତେ ମାତ୍ରାରେ ଉତ୍ତର ଆସିଥିଲା ଯେ, ଖୋଦ ଆବେଦନକାରୀ ବିରକ୍ତ ହୋଇ ପଡ଼ିଥିଲେ । ଆବେଦନକାରୀ ସୁରାନା କହିଥିଲେ କି ମୁଁ 7 ଅଗଷ୍ଟରେ ଆବେଦନ କରିଥିଲି । ଆଉ ଏହାର ଉତ୍ତର ମୋ ନିକଟରୁ 15 ଅଗଷ୍ଟରୁ ଆସିବାରେ ଲାଗିଛି । ଦିନକୁ ପାଖାପାଖି 10 ରୁ 22 ଟି ଚିଠି ଆସିଥାଏ । ଏପର୍ଯ୍ୟନ୍ତ ପାଖାପାଖି 360ଟି ଚିଠି ମୋ ପାଖକୁ ଆସି ସାରିଛି ।

ସେପଟେ ପୁନର୍ବାର ଏଭଳି କାର୍ଯ୍ୟ ପାଇଁ ସୁରାନା ପୁନର୍ବାର ବିଭାଗକୁ ସୂଚନା ଅଧିକାର ଆଇନ ମାଧ୍ୟମରେ ପ୍ରଶ୍ନ କରିଛନ୍ତି । ତାଙ୍କର କହିବା କଥା ହେଉଛି ଆବେଦନ ଅନଲାଇନରେ କରାଯାଇଥିଲା । ଏହାର ଉତ୍ତର ମଧ୍ୟ ଅନଲାଇନରେ ମିଳିବା କଥା । ମାତ୍ର ଏହାର ଉତ୍ତର ଚିଠି ମାଧ୍ୟମରେ ଘରକୁ ପଠାଯାଉଛି । ସେଥିରୁ ଅନେକ ଗୁଡ଼ିକର ଉତ୍ତର ମଧ୍ୟ ସନ୍ତୋଷଜନକ ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ 25 ରୁ 30ଟି ଜିଲ୍ଲାର ମଣ୍ଡଳ ଅଧିକାରୀ ଏହାର ଉତ୍ତର ଦେଇଛନ୍ତି । ଦକ୍ଷିଣାଞ୍ଚଳର ଏକ ମଣ୍ଡଳ 1870 ମସିହାରୁ ବୁକ ଭାଲ୍ୟୁ ମଧ୍ୟ ଦେଇଥିବା ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି ଏହି ସୂଚନା ଅଧିକାର ଆଇନ ଯେଉଁ ଉଦ୍ଦେଶ୍ୟରେ ଅଣାଯାଇଥିଲା, ତାହାକୁ ଅଧିକାଂଶ ବିଭାଗ ବୁଝି ପାରିନାହାଁନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟ ପୂର୍ଣ୍ଣ । ଏହାର ଏକ ନଗ୍ନ ଉଦାହରଣ ହେଉଛି ଡାକବିଭାଗ । ବିଭାଗକୁ ଆବେଦନର ଉତ୍ତର ଅନଲାଇନ ମାଧ୍ୟମରେ ଦେବାର ଥିଲା ବୋଲି ସୁରାନା କହିଛନ୍ତି ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.