ଲକ୍ଷ୍ନୌ: ବୁଧବାର ରାତ୍ରି ସମୟରେ ଜଣେ 36ବର୍ଷୀୟ ବୟସ୍କ ମହିଳାଙ୍କୁ 2ଜଣ ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି । ଏହି ଘଟଣାଟି ମଥୁରା-ଗୋବର୍ଦ୍ଧନ ରାସ୍ତାରେ ଥିବା ବିବାହ ଗୃହ 'ସୈନି ସେବା ସଦନ'ରେ ଘଟିଛି । ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଛି ବୋଲି ମଥୁରା ସହରର ପୋଲିସ ସୁପରିଟେଡେଣ୍ଟ ଉଦୟ ଶଙ୍କର ସିଂ କହିଛନ୍ତି ।
ପୀଡିତା ମହିଳା ରାତ୍ରି ସମୟରେ ନିଜ ପରିବାରର 2ଜଣ ମହିଳା, ଜଣେ ପୁରୁଷଙ୍କ ସହିତ ଭାରତପୁର ଅଭିମୁଖେ ଯାଉଥିବା ସମୟରେ କାରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାରଟି ଖରାପ ହୋଇଯାଇଥିଲା । ରାତ୍ରି ସମୟ ଯୋଗୁଁ ଗାଡି ଚାଳକ ସହିତ ସେମାନେ ସୈନି ସେବା ସଦନରେ ଏକ ରୁମ ଭଡା କରି ଆଶ୍ରୟ ନେଇଥିଲେ । ତେବେ ପୀଡିତା ମହିଳା ମଧ୍ୟ ରାତ୍ରିରେ ପାଣି ପାଇଁ ରୁମ୍ ବାହାରକୁ ଆସିଥିବା ସମୟରେ ତାଙ୍କୁ ଭ୍ରମିତ କରି ଘରର ଛାତ ଉପରକୁ 2 ଅଭିଯୁକ୍ତ ନେଇଯାଇଥିଲେ । ସେଠାରେ ଦୁଇ ଅଭିଯୁକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଜଣାପଡିଛି ।
ପୀଡିତା ମହିଳା ଓ 2 ଅଭିଯୁକ୍ତଙ୍କର ମେଡିକାଲ ଯାଞ୍ଚ କରାଯାଇଛି ବୋଲି ଏସପି ଉଦୟ ଶଙ୍କର ସିଂ କହିଛନ୍ତି । ମଥୁରା ପୋଲିସ ଏକ ମାମଲା ରୁଜୁ କରି ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଥିବାର ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ