ETV Bharat / bharat

କୋରୋନା ଭାଇରସ: ଚୀନରେ 24 ଘଣ୍ଟାରେ 35 ମୃତ

author img

By

Published : Mar 1, 2020, 9:20 AM IST

ଗତ 24 ଘଣ୍ଟା ମଧ୍ୟରେ ଚୀନରେ କୋରୋନା ଭାଇରସ ସଂକ୍ରମଣରେ ପ୍ରାୟ 35 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶର କୋରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା 2,870 ପର୍ଯ୍ୟନ୍ତ ପହଞ୍ଚିଛି । ଅଧିକ ପଢନ୍ତୁ...

coronavirus
କୋରୋନା ଭାଇରସ

ବେଜିଂ: କରାଳ ରୂପ ଧାରଣ କରୁଛି ଚୀନରେ ଉତ୍ପତ୍ତି ହୋଇଥିବା କୋରୋନା ଭାଇରସ । ଗତ 24 ଘଣ୍ଟା ମଧ୍ୟରେ ଚୀନରେ କୋରୋନା ଭାଇରସ ସଂକ୍ରମଣରେ ପ୍ରାୟ 35 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶର କୋରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା 2,870 ପର୍ଯ୍ୟନ୍ତ ପହଞ୍ଚିଛି । ଏନେଇ ଚୀନର ଜାତୀୟ ସ୍ବାସ୍ଥ୍ୟ ଆୟୋଗ ସୂଚନା ଦେଇଛନ୍ତି।

ସେପଟେ ଚୀନରେ 41,625 ଲୋକ କୋରୋନା ଭାଇରସ ସଂକ୍ରମଣରୁ ମୁକ୍ତି ପାଇଛନ୍ତି। ଅନ୍ୟପକ୍ଷରେ ନିମୋନିଆରେ ଚିକିତ୍ସିତ ହେଉଥିବା 35,329 ଜଣଙ୍କ ମଧ୍ୟରେ ଏବେ କୋରୋନା ଭାଇରସର ସଂକ୍ରମଣ ଦେଖାଦେଇଛି । ସେମାନଙ୍କ ମଧ୍ୟରୁ 7,365 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗତ 24 ଘଣ୍ଟା ମଧ୍ୟରେ ଚୀନରେ 573ଟି ନୂଆ କୋରୋନା ଭାଇରସ୍ ମାମଲା ସାମ୍ନାକୁ ଆସିଛି । ଏଥିସହ କୋରୋନା ଭାଇରସରେ ଆକ୍ରାନ୍ତ ଥିବା ଲୋକଙ୍କ ସଂଖ୍ୟା 79,824ରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, କୋରୋନା ଭାଇରସ ସଂକ୍ରମଣ ପ୍ରାୟ ୫୦ରୁ ଅଧିକ ଦେଶକୁ ବ୍ୟାପିଛି । ବିଶ୍ବରେ ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ୨୯୭୭ରେ ପହଞ୍ଚିଛି । ଏହି ଭାଇରସ ଯୋଗୁଁ ବିଶ୍ବରେ ୮୬ ହଜାର ୬୧୧ ଜଣ ସଂକ୍ରମିତ ଅଛନ୍ତି । ଯାହା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଚିନ୍ତା ବଢ଼ିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.