ETV Bharat / bharat

ନିଶା ଔଷଧ କବଜାରେ 3.5 କୋଟି ଲୋକ, ଆଗରେ ଭାରତ

ସତ କହିବାକୁ ଗଲେ ଏବେ ଆମେ ବିଭିନ୍ନ ରୋଗର ଆୟତରେ ଓ ରୋଗର ଉପଶମ ପାଇଁ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରିଥାଉ । ହେଲେ ଆମ ଅଜାଣତରେ ଅନେକ ହାନିକାରକ ଔଷଧର ମଧ୍ୟ ସେବନ କରିଥାଉ ଯାହା ଆମକୁ ମୃତ୍ୟୁମୁଖକୁ ନେବା ପାଇଁ ବାଟ ଖୋଲିଦିଏ ।

author img

By

Published : Jul 3, 2019, 9:04 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ସର୍ବାଧିକ ନିଶା ଔଷଧ ବ୍ୟବହାର ତାଲିକାରେ ଭାରତ ଓ ନାଇଜେରିଆ ଶୀର୍ଷରେ ରହିଛି । ଏକ ସର୍ଭେରୁ ଏପରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଅନେକ ରିସର୍ଚ୍ଚ ଓ ଯାଞ୍ଚ ପରେ ଦେଖାଯାଇଛି ଯେ ନିଶା ଜାତୀୟ ଔଷଧର ଉପଯୋଗ ବଢିବାରେ ଲାଗିଛି । ୟୁନାଇଟେଡ ନେସନ ଅଫିସ ଅନ ଡ୍ରଗ୍ସ ଆଣ୍ଡ କ୍ରାଇମ(UNODC)ର ରିପୋର୍ଟ ଅନୁସାରେ ପ୍ରାୟ 3.5 ଲୋକେ ନିଶା ଜାତୀୟ ଔଷଧର ସେବନ କରୁଛନ୍ତି ଓ ବିଭିନ୍ନ ରୋଗରେ ପିଡୀତ ହେଉଛନ୍ତି । ଅତ୍ୟଧିକ ମାତ୍ରାରେ ଔଷଧ ଶରୀର ପ୍ରତି କ୍ଷତିକାରକ ହୋଇଥାଏ । 2017ରେ ପ୍ରାୟ 10ଟି ଅଧିକ ଜନସଂଖ୍ୟା ଥିବା ଦେଶରେ ଏ ନେଇ ଏକ ସର୍ଭେ କରାଯାଇଥିଲା ।

ଏହି ରିପୋର୍ଟ ଅନୁସାରେ, ପ୍ରାୟ 53 ହଜାର କୋଟି ଲୋକ ପେନକିଲର ଆଦି ଔଷଧର ବ୍ୟବହାର କରିଥାଆନ୍ତି । ପୂର୍ବ ରିପୋର୍ଟ ଅନୁସାରେ ପ୍ରାୟ 56ପ୍ରତିଶତ ଲୋକଙ୍କ ନିକଟରେ ପେନକିଲର ବ୍ୟବହାରର ବୃଦ୍ଧି ଘଟିଛି । ଶରୀର କଷ୍ଟକୁ ଦୂର କରିବା ପାଇଁ ଆମେ ପେନକିଲର ଖାଇଥାଉ ମାତ୍ର ଅତ୍ୟଧିକ ମାତ୍ରାରେ ଏହାର ସେବନ ମୃତ୍ୟୁର କାରଣ ପାଲଟିଥାଏ । 2017ରେ ବିଶ୍ବରେ ପ୍ରାୟ 5 ଲକ୍ଷ 85 ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରୁ ଏକ ତୃତୀୟାଂଶଙ୍କ ମୃତ୍ୟୁର କାରଣ ପେନକିଲର ।

ଅନ୍ୟପକ୍ଷେ 110 ଲକ୍ଷ ଲୋକ ସିରିଞ୍ଜି ବ୍ୟବହାର କରିଥିବା ବେଳେ 14 ଲକ୍ଷ ଏଚଆଇଭିରେ ସଂକ୍ରମଣ ହୋଇଛନ୍ତି ଓ 56ଲକ୍ଷ ହେପାଟାଇଟିସ ସି ରେ ସଂକ୍ରମିତ ହୋଇଛନ୍ତି । UNODCର ମୁଖ୍ୟ ୟୁରୀ ଫେଡୋତୋଭଙ୍କ କହିବା କଥା ଏଥରର ଡ୍ରଗ୍ସ ରିପୋର୍ଟ ବ୍ୟବହାରକାରୀଙ୍କ ସଂଖ୍ୟା ବଢିଯାଇଛି । ଏହାକୁ ନିୟନ୍ତ୍ରଣ କରିବା ଏକ ବଡ ଚ୍ୟାଲେଞ୍ଜ ବୋଲି କହିଛନ୍ତି ୟୁରୀ ।

2017ରେ ପ୍ରାୟ 271 ମିଲିଅନ ଲୋକ ବା 5.5ପ୍ରତିଶତ 15-64 ବର୍ଷିୟ ଲୋକ ଔଷଧ ବ୍ୟବହାର କରିଛନ୍ତି । ତେବେ 2009 ଅନୁସାରେ ବ୍ୟବହାର ପ୍ରାୟ 30 ପ୍ରତିଶତ ବୃଦ୍ଧି ଘଟିଛି । ରିପୋର୍ଟ ଅନୁସାରେ, ଆଫ୍ରିକା, ଏସିଆ, ୟୁରୋପରେ ପେନକିଲରର ଅଧିକ ବ୍ୟବହାର ହୋଇଥିବା ବେଳେ ଉତ୍ତର ଓ ଦକ୍ଷିଣ ଆମେରିକାରେ ଭାଙ୍ଗ ଜାତୀୟ ପଦାର୍ଥର ବ୍ୟବହାର କରାଯାଉଛି । ତେବେ ବିଶ୍ବରେ ସବୁଠୁ ଅଧିକ କୋକିନର ଉପଯୋଗ ବଢିବାରେ ଲାଗିଛି । 2017ରେ ପ୍ରାୟ 1,976 ଟନ କୋକିନ ପ୍ରସ୍ତୁତ କରାଯାଇଛି । ଅନ୍ୟପକ୍ଷେ 1,275 ଟନ କୋକିନ ଜବତ ମଧ୍ୟ କରାଯାଇଛି । ସଂଯୁକ୍ତ ରାଷ୍ଟ୍ରରେ ପ୍ରାୟ 47 ହଜାର ଲୋକଙ୍କ ମୃତ୍ୟୁ କେବଳ ପେନକିଲର ସେବନ ଦ୍ବାରା ହିଁ ହୋଇଛି ।

ଗୋଟେ ପକ୍ଷର ଆମେ ଏହି କ୍ଷେତ୍ରରେ ସଫଳତା ପାଉଥିବା ବେଳେ ଅନ୍ୟପଟେ UNODCର ଏହି ରିପୋର୍ଟ ସମ୍ପୁର୍ଣ୍ଣ ଚିନ୍ତାଧାରାରେ ପରିବର୍ତ୍ତନ ଆଣୁଛି । ଗୋଟେପଟେ ବିଭିନ୍ନ ରୋଗ ଉପରେ ଆମେ ବିଜୟ ପାଉଥିବା ବେଳେ ଅନ୍ୟପଟେ ଏଥିପାଇଁ ମୃତ୍ୟୁର ସାମ୍ନା ମଧ୍ୟ କରିବାକୁ ପଡୁଛି । ତେବେ ଅନେକ ଏପରି ହାନିକାରକ ମନୋବୈଜ୍ଞାନିକ ପଦାର୍ଥ ବା ନିଶା ଜାତୀୟ ଔଷଧ ଅଛି ଯାହାକୁ ବଜାରରେ ଛଡା ଯାଇନାହିଁ । କାରଣ ଏହାଦ୍ବାରା ହେଉଥିବା କ୍ଷତିକୁ ଅନେକ ବୈଜ୍ଞାନିକ ଆକଳନ କରିସାରିଥିଲେ ।

ବିଶ୍ବର ଅନେକ ସ୍ଥାନରେ ଏଯାଏଁ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ କରାଯାଇପାରିନାହିଁ । ନିଶା ଜାତୀୟ ପଦାର୍ଥରେ ଆକ୍ରାନ୍ତ ହେଉଥିବା ରୋଗୀ ମାନଙ୍କୁ ମଧ୍ୟରୁ ପ୍ରତି 7 ଜଣରେ ଜଣେ ଚିକିତ୍ସା ପାଇପାରୁଛି । ଏପରି ସମସ୍ୟା ସାଧାରଣତଃ ଜେଲ ମାନଙ୍କରେ ଦେଖିବାକୁ ମିଳେ । ଜେଲରେ ଅଧିକ ନିଶା ଜାତୀୟ ପଦାର୍ଥର ବ୍ୟବହାର କରାଯାଏ । ସାଧାରଣ ବ୍ୟକ୍ତିବିଶେଷଙ୍କ ଅପେକ୍ଷା କଏଦି ମାନେ ବେଶୀ ଏ ସମ୍ବର୍ଦ୍ଧିତ ରୋଗରେ ପୀଡିତ ଥାଆନ୍ତି । ଏଚଆଇଭି, ହେପାଟାଇଟିସ ସି, ଟ୍ୟୁବରକୁଲୋସିସ ଭଳି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ବିଶ୍ବର ପ୍ରାୟ 56ଟି ଦେଶ ରିପୋର୍ଟ ଦେଇଛନ୍ତି ଯେ ସେମାନେ ପେନକିଲର ଭଳି ନିଶାର ବ୍ୟବହାର ଜେଲରେ କରିଥାଆନ୍ତି ।

ଅନ୍ୟପକ୍ଷେ 46ଟି ଦେଶ ଏହାର ବ୍ୟବହାର କରିନଥାନ୍ତି । ତେବେ ସଚେତନତାର ଆବଶ୍ୟକତା ଆମକୁ ମଧ୍ୟ ଅଛି । ଶରୀର ପୀଡାକୁ ନ ସମ୍ଭାଳିପାରିଲେ ଆମେ ପେନକିଲରର ବ୍ୟବହାର କରୁଛେ, ରାତିରେ ନିଦ ନଆସିଲେ ନିଦ ବଟିକା ବ୍ୟବହାର କରୁଛେ ଯାହା ଆମକୁ ଅଳ୍ପ ସମୟର ଆଶ୍ବସ୍ତି ଦେଉଛି ସତ ମାତ୍ର ଆଗକୁ ବଡ ରୋଗକୁ ମଧ୍ୟ ସାଇତିକି ରଖୁଛି । ତେଣୁ ଔଷଧ ବ୍ୟବହାର ଭଲ ମାତ୍ର ଅତି ବ୍ୟବହାର କ୍ଷତିକାରକ । କୌଣସି ପଦାର୍ଥ ଅତି, ଇତିରେ ପରିବର୍ତ୍ତନ ହୋଇଥାଏ ।

ରିପୋର୍ଟ ଅନୁସାରେ, ବୈଜ୍ଞାନିକ ପ୍ରମାଣ ଥିବା ଔଷଧ ସୁଲଭ ଦରରେ ଯୋଗାଇ ଦିଆଯାଇପାରୁ ନାହିଁ ତେଣୁ ଏପରି ନିଶାର ବ୍ୟବହାର ବଢିବାରେ ଲାଗିଛି । ଏନେଇ ଦେଶର ସରକାର ଓ ଆନ୍ତର୍ଜାତୀୟ ସଂଗଠନଙ୍କୁ ସଜାଗ ହେବା ଜରୁରୀ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.