ETV Bharat / bharat

କୋରୋନା ପ୍ରତିକାରକ ରେସରେ 35ଟି ଔଷଧ - କୋରୋନା ଚିକିତ୍ସା

ପ୍ରାଣଘାତକ କୋରୋନା ଭାଇରସ ନେଇ ଆସିଛି ବଡ ଖବର । ଏହି ଭାଇରସକୁ ନିରାକରଣ ଓ ପ୍ରତିରୋଧ ନେଇ ଜେନେଟିକ୍ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକ୍ନୋଲୋଜି ନ୍ୟୁଜ୍ (ଜେଏନ୍) ଦ୍ବାରା କରାଯାଇଥିବା ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଜଣାପଡିଛି ଯେ 35 ସକ୍ରିୟ ଡ୍ରଗ୍ସ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ବର୍ତ୍ତମାନ ଉତ୍ତର ଆମେରିକା, ୟୁରୋପ ଏବଂ ଚାଇନାରେ ଜାରି ରହିଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 6, 2020, 11:09 PM IST

ନୂଆଦିଲ୍ଲୀ: ଚୀନ୍ ସମେତ ବିଶ୍ବର 80ରୁ ଉର୍ଦ୍ଧ୍ବ ଦେଶରେ ଆତଙ୍କ ସୃଷ୍ଟି କରିଛି କୋରୋନା ଭାଇରସ । କ୍ରମାଗତ ଭାବରେ ବଢ଼ି ଚାଲିଛି ଆକ୍ରାନ୍ତ ଓ ସନ୍ଦିଗ୍ଧଙ୍କ ସଂଖ୍ୟା । ମୃତ୍ୟୁ ସଂଖ୍ୟା ଲଗାମହୀନ । ଏବେ ଏହି ପ୍ରାଣଘାତକ ଭାଇରସ ନେଇ ଆସିଛି ବଡ ଖବର । ଏହି ଭାଇରସକୁ ନିରାକରଣ ଓ ପ୍ରତିରୋଧ ନେଇ ଜେନେଟିକ୍ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକ୍ନୋଲୋଜି ନ୍ୟୁଜ୍ (ଜେଏନ୍) ଦ୍ବାରା କରାଯାଇଥିବା ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଏଥିରେ ଜଣାପଡିଛି ଯେ 35 ସକ୍ରିୟ ଡ୍ରଗ୍ସ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ବର୍ତ୍ତମାନ ଉତ୍ତର ଆମେରିକା, ୟୁରୋପ ଏବଂ ଚାଇନାରେ ଜାରି ରହିଛି ।

ବାୟୋ ଫାର୍ମା କମ୍ପାନ ଗ୍ଲାକ୍ସୋ ସ୍ମିଥକ୍ଲିନ୍ ଏବଂ ସାନୋଫି ପରି ବଡ ଫାର୍ମା କମ୍ପାନୀଗୁଡିକ ମୋଡର୍ନା ଏବଂ ଗ୍ଲିଲେଡ ସାଇନ୍ସ ଭଳି ଛୋଟ ବାୟୋଟେକ୍ କମ୍ପାନୀ ପ୍ରତିଷେଧକ ବାହର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । COVID-19 ର ଚିକିତ୍ସା ପାଇଁ ଏକ ପ୍ରତିଷେଧକ ବାହାର କରିବା ପାଇଁ ଅତି କମରେ 12 ମାସ ସମୟ ଲାଗିପାରେ ବୋଲି ଜଣାଯାଉଛି ।

ଆମେରିକାର ରୋଗୀ ଏବଂ ଚାଇନିଜ୍ ଭିଟ୍ରୋ ଟେଷ୍ଟରେ ଜଡିତ ଏକ ମାମଲାରେ ଏହାର ଆଣ୍ଟିଭାଇରାଲ୍ ପ୍ରାର୍ଥୀ ରିମଡେସିଭର୍ ସକାରାତ୍ମକ ଫଳାଫଳ ପାଇବା ପରେ ଗ୍ଲିଲେଡ ଚାଇନାରେ କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରିସାରିଛି ।

ଗ୍ଲୋବାଲ୍ ବାୟୋ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଟାକେଡା କହିଛନ୍ତି ଯେ ଏହି ସପ୍ତାହରେ ଏହା ନୂତନ କରୋନାଭାଇରସ୍ (COVID-19) ପାଇଁ ଏକ ପ୍ଲାଜମା-ଡେରିଭାଇଡ ଥେରାପିର ବିକାଶ ଆରମ୍ଭ କରିଛି ଏବଂ “TAK-888” ନାମକ ଥେରାପି ବାହାର କରିବାକୁ ଯାଉଛି ।

ସେହିପରି ରିସର୍ଚ୍ଚରମାନେ କ୍ୟାମୋଷ୍ଟାଟ ମେସାଇଲେଟ୍ ନାମକ ଏକ ପ୍ରତିଷେଧକର ଅନୁସନ୍ଧାନ କରିଛନ୍ତି, ଯାହା କରୋନାଭାଇରସ୍ (COVID-19) ର ମୁକାବିଲା ପାଇଁ ବିଶେଷ ଭାବରେ ସହାୟକ ହୋଇପାରେ ।

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ (NIH) ଘୋଷଣା କରିଛି ଯେ ଏହା ଓମାଠାରେ ଥିବା ନେବରାସ୍କା ମେଡିକାଲ୍ ସେଣ୍ଟର୍ ୟୁନିଭରସିଟିରେ ରୋଗୀଙ୍କ ରିମେଡେସିଭର୍ ଆକଳନ କରି COVID-19 ପାଇଁ ଏକ ପରୀକ୍ଷାମୂଳକ ଚିକିତ୍ସାର ମୂଲ୍ୟାଙ୍କନ କରୁଛି । ପ୍ରଥମ ଆମେରିକୀୟ କ୍ଲିନିକାଲ୍ ପରୀକ୍ଷା କରିବ। ଏହି ଭାଇରସର ପ୍ରତିଷେଧକ ବାହାରିଯିବ ।

@IANS ଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.