ହାଇଦ୍ରାବାଦ: ଆଇରନ ଲେଡି କୁହାଯାଉଥିବା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଆଜି 35 ତମ ପୂଣ୍ୟତିଥି । କଡା ନିଷ୍ପତ୍ତି ନେବାରେ ପରିଚିତ ଇନ୍ଦିରା ଗାନ୍ଧୀଙ୍କୁ ଅକ୍ଟୋବର 31 ଆଜିର ଦିନରେ ହିଁ ତାଙ୍କ ଅଙ୍ଗରକ୍ଷୀ ହତ୍ୟା କରିଥିଲେ ।
1966ରୁ 1980 ମଧ୍ୟରେ 4 ଥର ଦେଶର ପ୍ରଧାନମନ୍ତ୍ରୀ ପଦଭାର ସମ୍ଭାଳିଥିଲେ ସେ । 31 ଅକ୍ଟୋବର 1984ରେ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କୁ ହତ୍ୟା କରିଯାଇଥିଲା । ଇନ୍ଦିରା ଗାନ୍ଧୀ ଦେଶର ସବୁଠୁ ଶକ୍ତିଶାଳୀ ଓ ସଫଳ ପ୍ରଧାନମନ୍ତ୍ରୀ ଭାବେ ପରିଚିତ ଥିଲେ ।
ଇନ୍ଦିରା ଗାନ୍ଧୀ 25 ଜୁନ 1975ରେ ଦେଶରେ ଜରୁରୀକାଳୀନ ପରସ୍ଥିତି ଘୋଷଣା କରିଥିଲେ । ଏହି ଦିନକୁ ଭାରତୀୟ ଲୋକତନ୍ତ୍ରର କଳା ଦିବସ କୁହାଯାଏ । ଏହି ସମୟରେ ଗଣମାଧ୍ୟମ ଉପରେ ସମ୍ପୂର୍ଣ୍ଣ ଭାବେ ଅଙ୍କୁଷ ଲଗାଇ ଦିଆଯାଇଥିଲା । ଏହା ବ୍ୟତୀତ ଇନ୍ଦିରା ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନେକ କଡା ପଦକ୍ଷେପ ରହିଥିଲେ ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂ୍ଣ୍ୟତିଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଟ୍ବିଟ କରି ଇନ୍ଦିରାଙ୍କୁ ସ୍ମରଣ କରିଛନ୍ତି । ଏହାସହ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦିଲ୍ଲୀରେ ଇନ୍ଦିରାଙ୍କୁ ସ୍ମରଣ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଅନ୍ୟପକ୍ଷେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅଂସାରୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।