ETV Bharat / bharat

ଦେଶରେ 24 ଘଣ୍ଟାରେ ସର୍ବାଧିକ 34,884 ପଜିଟିଭ ରିପୋର୍ଟ, 671 ମୃତ - ଦେଶରେ 24 ଘଣ୍ଟାରେ ସର୍ବାଧିକ 34,884 ପଜିଟିଭ ରିପୋର୍ଟ

ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ପୁଣି ଥରେ ଅନେକ ରାଜ୍ୟରେ ଲକଡାଉ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ଦେଶରେ 24 ଘଣ୍ଟାରେ ସର୍ବାଧିକ 34,884 ପଜିଟିଭ ରିପୋର୍ଟ, 671 ମୃତ

author img

By

Published : Jul 18, 2020, 11:50 AM IST

ନୂଆଦିଲ୍ଲୀ: ଭାରତରେ ପ୍ରତ୍ୟେକ ଦିନ ରେକର୍ଡ କରୁଛି କୋରୋନା ଭାଇରସ । ଦେଶରେ ଲକଡାଉନ କୋହଳ ହେବା ପରଠାରୁ ପ୍ରତ୍ୟେକ ଦିନ ଏହି ସଂଖ୍ୟାରେ ବୃଦ୍ଧି ପାଉଛି । ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଉ ଏବେ କେତେକ ରାଜ୍ୟରେ ପୁଣିଥରେ ଲକଡାଉନକୁ କଡାକଡି କରାଯାଉଥିବା ଦେଖିବାକୁ ମିଳିଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 34 ହଜାର 884ଟି ପଜିଟିଭି ରିପୋର୍ଟ ହୋଇଛି । ଏଥିରେ 671 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ନେଇ ଶନିବାର ସକାଳ ସୁଦ୍ଧା 10 ଲକ୍ଷ ପାର କରିଛି ଏହି ସଂକ୍ରମଣ ସଂଖ୍ୟା । ସେଥିମଧ୍ୟରୁ 26 ହଜାର 273 ଜଣଙ୍କର ମୃତ୍ୟୁ ହୋଇଛି । 6 ଲକ୍ଷ 53 ହଜାର 751 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 3 ଲକ୍ଷ 58 ହଜାର 692ଟି ମାମଲା ସକ୍ରିୟ ରହିଛି ।

ଦେଶରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମଧ୍ୟରୁ ମହାରାଷ୍ଟ୍ର ରହିଛି । ରାଜ୍ୟରେ ମୋଟ 2 ଲକ୍ଷ 92 ହଜାର 589 ଟି ସଂକ୍ରମଣ ସଂଖ୍ୟା ରିପୋର୍ଟ ହୋଇଥିବାବେଳେ 11 ହଜାର 452 ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି 1 ଲକ୍ଷ 20 ହଜାର 480ଟି ମାମଲା ସକ୍ରିୟ ଥିବାବେଳେ 1 ଲକ୍ଷ 60 ହଜାର 357ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହାପରେ ସର୍ବାଧିକ ରାଜ୍ୟ ଭିତରେ ଦ୍ବିତୀୟରେ ତାମିଲନାଡୁ, ତୃତୀୟ ସ୍ଥାନରେ ଦିଲ୍ଲୀ , 4ର୍ଥ ସ୍ଥାନରେ କର୍ଣ୍ଣାଟକ ଓ 5ମରେ ଗୁଜୁରାଟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.