ETV Bharat / bharat

ବିହାର ସରକାରଙ୍କ ନିଷ୍ପତ୍ତି: 33,916 ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

author img

By

Published : Apr 21, 2020, 11:37 PM IST

ବିହାର ସରକାର 33,916 ଶିକ୍ଷକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଦୀପକ ପ୍ରସାଦ କହିଛନ୍ତି ଯେ ଏହି ବୈଠକରେ ମୋଟ 11 ଟି ଏଜେଣ୍ଡା ଉପରେ ନିଷ୍ପତ୍ତି ନିଆଯାଇଛି। ଅଧିକ ପଢନ୍ତୁ...

ବିହାର ସରକାର
ବିହାର ସରକାର

ପାଟନା: କୋରୋନା ସଂକ୍ରମଣ ସଙ୍କଟ ମଧ୍ୟରେ ବିହାରରେ ଶିକ୍ଷକ ଆଶାୟୀଙ୍କ ପାଇଁ ଏକ ଖୁସି ଖବର ରହିଛି । ରାଜ୍ୟ ସରକାର 33,916 ଶିକ୍ଷକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଦୀପକ ପ୍ରସାଦ କହିଛନ୍ତି ଯେ ଏହି ବୈଠକରେ ମୋଟ 11ଟି ଏଜେଣ୍ଡା ଉପରେ ନିଷ୍ପତ୍ତି ନିଆଯାଇଛି।

ସେ କହିଛନ୍ତି ଯେ ଏହି ବୈଠକରେ ରାଜ୍ୟର ମାଧ୍ୟମିକ ବିଦ୍ୟାଳୟ ବିହୀନ ପଞ୍ଚାୟତରେ ଅବସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ 32,916 ଟି ମାଧ୍ୟମିକ ଶିକ୍ଷକ ଏବଂ କମ୍ପ୍ୟୁଟର ବିଷୟଗୁଡ଼ିକରେ 1000ଟି ଉଚ୍ଚ ମାଧ୍ୟମିକ ଶିକ୍ଷକଙ୍କ ପଦବୀ ସୃଷ୍ଟି କରିବାକୁ ଅନୁମୋଦନ କରାଯାଇଛି ।

ସେହିପରି ମାର୍ଚ୍ଚ 2020ରେ ଅକାଳ ବର୍ଷା ଓ କୁଆପଥର ମାଡ ଯୋଗୁଁ ନଷ୍ଟ ହୋଇଥିବା ଫସଲ ପାଇଁ କ୍ୟାବିନେଟ 518.42 କୋଟି ଟଙ୍କା କୃଷି ଇନପୁଟ୍ ଅନୁଦାନକୁ ମଧ୍ୟ ଅନୁମୋଦନ କରିଛି।

ଚୁକ୍ତିଭିତ୍ତିକ ଶ୍ରମିକମାନଙ୍କୁ ମାର୍ଚ୍ଚ ଏବଂ ଏପ୍ରିଲ ମାସ ପାଇଁ ପୂର୍ଣ୍ଣ ଦରମା ପ୍ରଦାନ କରିବାକୁ ମଧ୍ୟ କ୍ୟାବିନେଟ ବୈଠକ ଅନୁମୋଦନ କରିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.