ETV Bharat / bharat

ଲକଡାଉନ ନିୟମ ଭାଙ୍ଗି 329 ମାମଲା ରୁଜୁ, 600 ଦୋକାନରେ ତାଲା - କୋରୋନା ଅପଡେଟ

ସରକାରୀ ନିୟମ ମାନିନଥିବା ଅଭିଯୋଗରେ 600ଟି ଦୋକାନ ଓ ଗାଡିକୁ ସିଲ୍‌ କରାଯାଇଛି । ଲକଡାଉନ ବେଳେ ନିୟମ ନମାନି ଗାଡିମୋଟର ନେଇ ବାହାରିଥିବା ଲୋକଙ୍କ ଗାଡି ଜବତ କରିଛି ପୋଲିସ । ଅଧିକ ପଢନ୍ତୁ...

ଲକଡାଉନ ନିୟମ ଭାଙ୍ଗି 329 ମାମଲା ରୁଜୁ, 600 ଦୋକାନରେ ତାଲା

author img

By

Published : Mar 28, 2020, 8:00 AM IST

ଶ୍ରୀନଗର: ଭାରତର ଭୂସ୍ବର୍ଗରେ ଲକଡାଉନ ସ୍ଥିତି ଗମ୍ଭୀର ପାଲଟିଛି । ନିୟମକୁ କଡାକଡି ପାଳିବାକୁ ନିର୍ଦ୍ଦେଶ ସତ୍ତ୍ବେ ଲୋକେ ଏହାକୁ ମାନୁନଥିବା ନଜର ଆସିଛି । ଫଳରେ ନିୟମ ଭାଙ୍ଗିଥିବା ଅଭିଯୋଗରେ 329ଟି ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ସେହିପରି ସରକାରୀ ନିୟମ ମାନିନଥିବା ଅଭିଯୋଗରେ 600ଟି ଦୋକାନ ଓ ଗାଡିକୁ ସିଲ୍‌ କରାଯାଇଛି । ଲକଡାଉନ ବେଳେ ନିୟମ ନମାନି ଗାଡିମୋଟର ନେଇ ବାହାରିଥିବା ଲୋକଙ୍କ ଗାଡି ଜବତ କରିଛି ପୋଲିସ । ଏହାସହ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି । ଯେଉଁ ଦୋକାନୀ ମାନେ ନିୟମ ବିରୋଧରେ ଯାଇ ଦୋକାନ ଖୋଲିଥିଲେ ସେମାନଙ୍କ ଦୋକାନରେ ତାଲା ପକାଇଛି ପୋଲିସ ।

ଏନେଇ ଶୁକ୍ରବାର ଜମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ ସିଂହ ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ 1200 ଲୋକ ନିଜ ଭ୍ରମଣ ତଥ୍ୟ ଲୁଚାଇଥିବା ଅଭିଯୋଗ ଆସିଛି । ଏମାନେ ବିଦେଶରୁ ଫେରିଥିବାବେଳେ ଏହା ସମ୍ପର୍କରେ ପୋଲିସ କିମ୍ବା ପ୍ରଶାସନ କାହାରିକୁ ଖବର ଦେଇନାହାନ୍ତି । ଏମାନଙ୍କ ତଥ୍ୟ ପୋଲିସକୁ ହସ୍ତଗତ ହୋଇଛି । ଖୁବଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.