ETV Bharat / bharat

ବିଶ୍ବ ତମାଖୁ ନିଷେଧ ଦିବସ: ବଢୁଛି ସଚେତନତା, କମୁନି ସେବନକାରୀଙ୍କ ସଂଖ୍ୟା

ପ୍ରତିବର୍ଷ ମେ 31କୁ ବିଶ୍ବ ତମାଖୁ ନିଷେଧ ଦିବସ ଭାବେ ପାଳନ କରୁଛି ସାରା ବିଶ୍ବ । ତମାଖୁ ସେବନର ଭୟାବହତା ଓ ନିରାକରଣ ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ବ ତମାଖୁ ନିଷେଧ ଦିବସ ଭାବେ ପାଳନ କରାଯାଇଥାଏ ।

world no tobacco day
ବିଶ୍ବ ତମାଖୁ ନିଷେଧ ଦିବସ: ବଢୁଛି ସଚେତନତା, କମୁନି ସେବନକାରୀଙ୍କ ସଂଖ୍ୟା
author img

By

Published : May 31, 2020, 7:00 AM IST

ହାଇଦ୍ରାବାଦ: ତମାଖୁ ସେବନ ଆଜି ସାରା ବିଶ୍ବର ମାନବ ଜାତି ପାଇଁ ଏକ ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଏହି ନିଶା ଜାତୀୟ ଦ୍ରବ୍ୟର ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ଜାଣିବା ସତ୍ତ୍ବେ ଦିନକୁ ଦିନ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ବଢୁଛି । ଏହି ପରିପ୍ରେକ୍ଷୀରେ ବିଶ୍ବରେ ତମାଖୁ ସେବନ ଯୋଗୁଁ କର୍କଟ ରୋଗୀଙ୍କ ସଂଖ୍ୟା ବ୍ୟାପକ ଭାବେ ବୃଦ୍ଧି ପାଇଛି । ଏହାକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ଜନ ସଚେତନତା ସୃଷ୍ଟି କରାଯାଉଛି ।

31st may celebrated as world no tobacco day Every year
ଧୂମପାନ ଭାରତରେ ବାର୍ଷିକ 10 ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରାଣ ନେଇଥାଏ

ପ୍ରତିବର୍ଷ ମେ 31କୁ ବିଶ୍ବ ତମାଖୁ ନିଷେଧ ଦିବସ ଭାବେ ପାଳନ କରୁଛି ସାରା ବିଶ୍ବ । ତମାଖୁ ସେବନର ଭୟାବହତା ଓ ନିରାକରଣ ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ପକ୍ଷରୁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ବ ତମାଖୁ ନିଷେଧ ଦିବସ ଭାବେ ପାଳନ କରାଯାଇଥାଏ । ଆଜି ଭଳି ଦିନରେ ସମସ୍ତ ନିଶାଦ୍ରବ୍ୟ ସେବନକାରୀଙ୍କୁ ତମାଖୁ ଓ ଧୂମପାନ ସେବନ ନକରିବାକୁ ଉତ୍ସାହିତ କରାଯାଉଛି ।

ବିଶ୍ବ ତମାଖୁ ନିଷେଧ ଦିବସ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହି କ୍ୟାମ୍ପେନ ଚିରାଚରିତ ଢଙ୍ଗରେ ଉଦ୍ୟୋଗ ପରିଚାଳନା ଓ ଏଥିରେ କୁଟିଳ ରଣନୀତିର ବ୍ୟବହାରକୁ ମୂଳପୋଛ କରିବାରେ ସାହାଯ୍ୟ କରିବ । ଏହି କ୍ୟାମ୍ପେନ ଦ୍ବାରା ଯୁବପିଢିଙ୍କୁ ନିଯୁକ୍ତି ଦିଆଯାଇ ଉଦ୍ୟୋଗ ପରିଚାଳନାରେ ତ୍ରୁଟି ଖୋଜି ବାହାର କରିବା ସହ ଆଧୁନିକ ଜ୍ଞାନକୌଶଳ ବଳରେ ଏହାର ବିକଳ୍ପ ଖୋଜାଯାଇପାରିବ । ଅନ୍ୟ ଶବ୍ଦରେ କହିବାକୁ ଗଲେ ଗ୍ଲୋବାଲ କ୍ୟାମ୍ପେନ ଦ୍ବାରା ଯୁବପିଢିଙ୍କୁ କୁଟୀଳ ରଣନୀତି ବିରୋଧରେ ସଶକ୍ତ କରାଯାଇପାରିବ । ଯାହା ବର୍ତ୍ତମାନ ସମୟରେ ଅତ୍ୟନ୍ତ ଜରୁରୀ ହୋଇପଡିଛି । କାରଣ ଏକ ଅଧ୍ୟୟନରୁ ପ୍ରକାଶ ପାଇଛି କି ଧୂମ୍ରପାନ କରୁଥିବା ଯୁବପିଢିଙ୍କୁ କୋରୋନା ସଂକ୍ରମଣର ଅଧିକ ଭୟ ରହିଛି । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଯୁବପିଢିଙ୍କୁ ଏକତ୍ରିତ ହୋଇ ତମାଖୁ ମୁକ୍ତ ପିଢି ଭାବେ ଗଢି ତୋଳିବାକୁ ଆହ୍ବାନ ଦେଇଛି ।

ଧୂମ୍ରହୀନ ତମାଖୁ, ଶିଶା, ଇ-ସିଗାରେଟର ସ୍ବାଦ କିଶୋରଙ୍କୁ ବେଶ ଆକର୍ଷିତ କରିଥାଏ । ତମାଖୁ ଜାତୀୟ ଦ୍ରବ୍ୟର ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଯୁବପିଢିଙ୍କୁ ଏହା ପ୍ରତି ଆକର୍ଷିତ କରିବାକୁ ବଡ ବଡ ଲୋକପ୍ରିୟ ସେଲିବ୍ରିଟିଙ୍କୁ ଏହାର ମାଗଣା ନମୁନା ମଧ୍ୟ ବଣ୍ଟନ କରାଯାଏ । ସେହିପରି ଫିଲ୍ମ ଓ ଟିଭି ଶୋରେ ମାଧ୍ୟମରେ ଏହି ଉତ୍ପାଦନର ବିଜ୍ଞାପନ କରାଯାଇଥାଏ । ତେବେ ବିଶ୍ବ ତମାଖୁ ନିଷେଧ ଦିବସ ଅବସରରେ ଏହି ସବୁ ବିଷୟଗୁଡିକ ପ୍ରତି ଧ୍ୟାନ ଦିଆଯିବ ।

ଜାଣନ୍ତୁ ଏହି ନିଶା ଜାତୀୟ ଦ୍ରବ୍ୟର ସେବନ ଦ୍ବାରା କଣ ସବୁ ଭୋଗିବାକୁ ପଡିଥାଏ:-

ଫୁସଫୁସ କର୍କଟ: ତମାଖୁ ସେବନ ଫୁସଫୁସ କର୍କଟର ମୁଖ୍ୟ କାରଣ । ସାରା ବିଶ୍ବରେ ଦୁଇ ତୃତୀୟାଂଶ ଲୋକ ଫୁସଫୁସ କର୍କଟ ରୋଗରେ ମୃତ୍ୟୁବରଣ କରିଥାନ୍ତି । ଘରେ ହେଉ କିମ୍ବା ନିଜ କର୍ମକ୍ଷେତ୍ରରେ ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ ବା ନିଷ୍କ୍ରିୟ ଧୂମ୍ରପାନ ଫୁସଫୁସ କର୍କଟ ରୋଗର ମାତ୍ରାକୁ ବୃଦ୍ଧି କରିଥାଏ । ଧୂମ୍ରପାନ ବନ୍ଦ କରିବା ଦ୍ବାରା ଏହି ରୋଗର ଆଶଙ୍କା ମଧ୍ୟ କମିଯାଏ । ପ୍ରାୟ 10 ବର୍ଷ ଯାଏଁ ଧୂମ୍ରପାନ ନକଲେ କର୍କଟ ରୋଗର ଆଶଙ୍କା 50 ପ୍ରତିଶତ କମିଯାଇଥାଏ ।

କ୍ରୋନିକ ରେସପିରେଟୋରୀ ଡିଜିଜ: କ୍ରୋନିକ ଅବଷ୍ଟ୍ରକଟିଭ ପଲିମୋନାରୀ ଡିଜିଜ(ସିଓପିଡି)ର ମୁଖ୍ୟ କାରଣ ତମାଖୁ ଧୂମ୍ରପାନ । ଫୁସଫୁସର ଛୋଟ ଛୋଟ ବାୟୁ କୋଷରେ ପୂଜ ମିଶା ନାଳ ସୃଷ୍ଟି ହୋଇ କାଶ, କଫ ଓ ନିଶ୍ବାସ ନେବାରେ ଅସୁବିଧା ଅନୁଭବ ହୋଇଥାଏ । ସେହିପରି ଯେଉଁମାନେ ପିଲାବେଳୁ ଧୂମ୍ରପାନ କରିଥାନ୍ତି , ଏହି ବିଷାକ୍ତ ଧୂଆଁ ସେମାନଙ୍କ ଫୁସଫୁସକୁ ବିକଶିତ କରିବାରେ ବାଧା ସୃଷ୍ଟି କରିଥାଏ । ଶ୍ବାସ ସଂକ୍ରମଣ ଓ ଶ୍ବାସ ରୋଗ ଏହା ଦ୍ବାରା ବୃଦ୍ଧି ପାଇଥାଏ ।

ତେବେ ଗର୍ଭାବସ୍ଥାରେ ଗର୍ଭବତୀ ମା' ଯଦି ଧୂମ୍ରପାନ କରେ କିମ୍ବା ନିଷ୍କ୍ରିୟ ଧୂମ୍ରପାନର ଶିକାର ହୁଏ ତାହେଲେ ଏହି ବିଷାକ୍ତ ଧୂଆଁ ଯୋଗୁଁ ଗର୍ଭସ୍ଥ ଶିଶୁ ଠିକ୍ ଭାବେ ବଢିପାରେ ନାହିଁ ଏବଂ ତାର ଫୁସଫୁସର ମଧ୍ୟ ବିକାଶ ହୁଏ ନାହିଁ । ଅନେକ ସମୟରେ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହେବାର ସମ୍ଭାବନା ଥାଏ କିମ୍ବା ଶ୍ବାସଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଏପରିକି ବେଳେବେଳେ ଗର୍ଭସ୍ଥ ଓ ପ୍ରସବ ବେଳେ ଶିଶୁର ମୃତ୍ୟୁ ମଧ୍ୟ ହୋଇଥାଏ ।

ପ୍ରକାଶ ଥାଉ କି, ତମାଖୁ କମ୍ପାନୀଗୁଡିକ ମାର୍କେଟିଂ ଏବଂ ବିଜ୍ଞାପନରେ ବିଶ୍ବବ୍ୟାପି ପ୍ରାୟ 9 ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିଥାନ୍ତି । ସେହିପରି ତମାଖୁ ସେବନ ଏବଂ ନିଷ୍କ୍ରିୟ ଧୂମ୍ରପାନର ସଂସ୍ପର୍ଶରେ ଆସି ବିଶ୍ୱରେ 8 ମିଲିୟନ ଲୋକଙ୍କ ମୃତ୍ୟୁ ହୋଇଛି ।

ପ୍ରତିବର୍ଷ ନିଷ୍କ୍ରିୟ ଧୂମ୍ରପାନରେ 1 ମିଲିୟନରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି । ବିଶ୍ବସ୍ତରରେ ପ୍ରାୟ 60, 000 ପିଲା 5 ବର୍ଷ ବୟସ ପୂର୍ବରୁ ନିମ୍ନ ଶ୍ବାସକ୍ରିୟା ସଂକ୍ରମଣରେ ମୃତ୍ୟୁବରଣ କରିଥାନ୍ତି । ଯେଉଁମାନେ ବୟସ୍କ ହେବା ପର୍ଯ୍ୟନ୍ତ ଜୀବିତ ରୁହନ୍ତି, ସେମାନେ ନିଷ୍କ୍ରିୟ ଧୂମ୍ରପାନର ବିଷାକ୍ତ ସ୍ବାସ୍ଥ୍ୟ ସମସ୍ୟାର ସାମନା କରିଥାନ୍ତି । ଯେହେତୁ ଏମାନେ ବାଲ୍ୟକାଳରେ ବାରମ୍ବାର ନିମ୍ନ ଶ୍ବାସକ୍ରିୟା ସଂକ୍ରମଣ ହୋଇଥାନ୍ତି । ତେଣୁ ଏମାନଙ୍କ ଠାରେ ସିଓପିଡି ହେବାର ଆଶଙ୍କା ଯଥେଷ୍ଟ ବଢିଥାଏ ।

ଧୂମପାନ ଭାରତରେ ବାର୍ଷିକ 10 ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରାଣ ନେଇଥାଏ । ଏହା କର୍କଟ ଏବଂ ହୃଦରୋଗ ଭଳି ଅଣସଂକ୍ରାମକ ରୋଗର ମୁଖ୍ୟ କାରଣ ସାଜିଥାଏ । ଭାରତରେ 34.6% ଲୋକ ବ୍ୟକ୍ତି ଧୂମ୍ରପାନ କରିଥାନ୍ତି । ଯେଉଁମାନଙ୍କ ମଧ୍ୟରୁ 47.9% ପୁରୁଷ ଏବଂ 20.3% ମହିଳା ଅଛନ୍ତି । 14% ଲୋକ ଧୂଆଁ ଯୁକ୍ତ ତମାଖୁର ବ୍ୟବହାର କରନ୍ତି । ସେମାନଙ୍କ ମଧ୍ୟରୁ 24.3% ପୁରୁଷ ଏବଂ 2.9% ମହିଳା ଅଛନ୍ତି । 25.9% ଲୋକ ଧୂଆଁ ବିହୀନ ତମାଖୁ ବ୍ୟବହାର କରିଥାନ୍ତି । ସେଥିମଧ୍ୟରୁ 32.9% ପୁରୁଷ ଏବଂ 18.4% ମହିଳା ସାମିଲ ଅଛନ୍ତି ।

1998ରେ ପୁରୁଷ ଧୂମପାନକାରୀଙ୍କ ସମ୍ପୂର୍ଣ୍ଣ ସଂଖ୍ୟା 79 ମିଲିୟନ ଥିବାବେଳେ 2015 ରେ 108 ମିଲିୟନକୁ ବୃଦ୍ଧି ପାଇଛି । ଭାରତ ସରକାରଙ୍କ 2015ରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-4) ଦ୍ବାରା କରାଯାଇଥିବା ଏକ ଅନୁଯାୟୀ ସର୍ଭେ ଅନୁଯାୟୀ, 13 ଟି ରାଜ୍ୟ ମଧ୍ୟରେ 2005-06 ରେ ପୁରୁଷଙ୍କ ମଧ୍ୟରେ ତମାଖୁ ବ୍ୟବହାର 50 ପ୍ରତିଶତରୁ ହ୍ରାସ ପାଇଁ 2015ରେ 47 ପ୍ରତିଶରରେ ପହଞ୍ଚିଥିଲା । 11ଟି ରିପୋର୍ଟ ଅନୁସାରେ 13ଟି ରାଜ୍ୟରେ 2005-06 ରୁ 2015-16 ମଧ୍ୟରେ ତମାଖୁ ସେବନ ସଂଖ୍ୟା ହ୍ରାସ ହୋଇଛି ।

ସିକିମରେ ତମାଖୁ ବ୍ୟବହାରରେ 20 ପ୍ରତିଶତ ହ୍ରାସ ପାଇଛି । ସେହିପରି ମଣିପୁର ଓ ମେଘାଳୟ କେବଳ ଦୁଇଟି ରାଜ୍ୟ ଯିଏକି ତମାଖୁ ବ୍ୟବହାରରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଥିଲା । ହରିୟାଣାର ତମାଖୁ ସେବନର 32 ପ୍ରତିଶତ ପ୍ରାଦୁର୍ଭାବ ରହିଥିବା ବେଳେ 2015ରେ ପ୍ରାୟ 3.2 ମିଲିୟନ ଧୂମପାନକାରୀ ଅଛନ୍ତି ।

ଧୂମପାନ ବନ୍ଦ କରିବା ଏକ ଅସାମାନ୍ୟ କାରଣ । କାରଣ 45-59 ବର୍ଷ ବୟସର ପ୍ରାୟ 5 ପ୍ରତିଶତ ପୁରୁଷ ପୂର୍ବରୁ ଧୂମ୍ରପାନ କରିଥାନ୍ତି । ASSOCHAMର ଏକ ଅଧ୍ୟୟନ ଅନୁଯାୟୀ, ତମାଖୁ ଶିଳ୍ପ ଭାରତର ଅର୍ଥନୀତିରେ 11,79,448 କୋଟି ଟଙ୍କା ଯୋଗଦାନ କରିଥାଏ ଏବଂ ପ୍ରାୟ 4.57 କୋଟି ଲୋକଙ୍କୁ ନିଯୁକ୍ତି ଦେଇଥାଏ ।

ତମାଖୁ ବ୍ୟବହାରକାରୀଙ୍କ ପାଇଁ ବିପଦଜନକ ହୋଇପାରେ କୋଭିଡ-19

ମାର୍ଚ୍ଚ 2020ରେ କୋଭିଡ-19କୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ​। ଏହା ମଧ୍ୟ ଦର୍ଶାଇଥିଲା ଯେ ଧୂମପାନକାରୀମାନେ ଏହି ଭୂତାଣୁରେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ସିଗାରେଟରେ ବିଷାକ୍ତ ରାସାୟନିକ ପଦାର୍ଥ ମିଶ୍ରଣ ଥିବାରୁ ଏହା ନିଶ୍ୱାସ ନେବାର ଏବଂ ହାତରୁ ମୁହଁ ପର୍ଯ୍ୟନ୍ତ ଗତିକୁ ବଢାଇଥାଏ । ଯାହା ଶରୀରର ଅମ୍ଳଜାନ ବ୍ୟବହାର କରିବା କ୍ଷମତାକୁ ହ୍ରାସ କରିଥାଏ ଏବଂ ଏହା ରୋଗୀଙ୍କୁ ନିମୋନିଆ ହେବାର ଆଶଙ୍କାକୁ ବୃଦ୍ଧି କରିଥାଏ ।

WHO ଏହା ମଧ୍ୟ ଉଲ୍ଲେଖ କରିଛି ଯେ ପାଣି ପାଇପ ଭଳି ଧୂମ୍ରପାନ ଉତ୍ପାଦନରେ ଅଧିକାଂଶ ସମୟରେ ମାଉଥପିସେସ ଏବଂ ହୋସେସର ଆଦାନ ପ୍ରଦାନ ହୋଇଥାଏ । ଯାହା ସାମ୍ପ୍ରଦାୟିକ ତଥା ସାମାଜିକ ସ୍ଥିତିରେ କୋଭିଡ-19 ର ସଂକ୍ରମଣକୁ ବୃଦ୍ଧି କରିଥାଏ ।

ଧୂମ୍ରହୀନ ତମାଖୁ (ଏସଟି) ବ୍ୟବହାର ମଧ୍ୟ କୋଭିଡ19 ସଂକ୍ରମଣକୁ ବୃଦ୍ଧି କରିବାର ଆଶଙ୍କା ରହିଥିଲା । କାରଣ ଏହି ଧୂମ୍ରହୀନ ତମାଖୁର ସେବନ ପରେ ଏହାର ଛେପକୁ ପକାଇବାକୁ ପଡିଥାଏ । ସେହିପରି କିଛି ଧୂମ୍ରବିହୀନ ତମାଖୁର ମିଶ୍ରଣ ପାଇଁ ହାତରେ ଦଳିବାକୁ ପଡିଥାଏ, ଏହା ଦ୍ବାରା ମଧ୍ୟ ସଂକ୍ରମଣର ଆଶଙ୍କା ରହିଥାଏ ।

ନିକଟରେ ମେଟା-ବିଶ୍ଳେଷଣରେ ଧୂମ୍ରପାନ ଏବଂ କୋଭିଡ19ର ପ୍ରଗତି ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରକାଶ ପାଇଛି । 218 ଧୂମ୍ରପାନ ରୋଗୀଙ୍କ ମଧ୍ୟରୁ ଧୂମ୍ରପାନ କରୁଥିବା 21.6 ପ୍ରତିଶତ ରୋଗୀଙ୍କ ତୁଳନାରେ 29.8 ପ୍ରତିଶତ ରୋଗର ପ୍ରଗତି ଅନୁଭବ କରିଛନ୍ତି ।

ଚୀନରୁ ମିଳିଥିବା ଏକ ପ୍ରମାଣରେ ମଧ୍ୟ ଦର୍ଶାଇଛି ଯେ ଧୂମ୍ରପାନ କରୁନଥିବା ରୋଗୀଙ୍କ ମଧ୍ୟରେ ଗୁରୁତର ରୋଗରେ ପ୍ରଗତିର ସମ୍ଭାବନା 14 ଗୁଣ ଅଧିକ । ସେହିପରି ଚୀନରେ ମହିଳାଙ୍କ ତୁଳନାରେ ସଂକ୍ରମିତ ପୁରୁଷଙ୍କ କୋଭିଡ-19 ମୃତ୍ୟୁହାର ଅଧିକ ରହିଛି । କାରଣ ଚୀନରେ 2 ପ୍ରତିଶତ ମହିଳାଙ୍କ ତୁଳନାରେ 45 ପ୍ରତିଶତ ପୁରୁଷମାନେ ଅଧିକ ଧୂମ୍ରପାନ କରିଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.