ନୂଆଦିଲ୍ଲୀ: ଭାରତ ଭଳି ଜନବହୁଳ ଦେଶରେ କମୁଛି କୋରୋନା ସଂକ୍ରମଣ । ବର୍ତ୍ତମାନ ସମୟରେ ଦୈନିକ ଆସୁଛି 30 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ରିପୋର୍ଟ। ଯାହା ଏବେ 97 ଲକ୍ଷ ପାର କରିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ 31 ହଜାର 522ଟି ପଜିଟିଭ କେସ ରିପୋର୍ଟ ହୋଇଛି। ଏଥିରେ 412 ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 97 ଲକ୍ଷ 67 ହଜାର 372କୁ ବୃଦ୍ଧି ପାଇଛି।
ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ 92 ଲକ୍ଷ 53 ହଜାର 306 ଜଣ ସୁସ୍ଥ ହୋଇଥିବାବେଳେ, ଏଥିରେ ମୋଟ 1 ଲକ୍ଷ 41 ହଜାର 772 ଜଣଙ୍କର ମୃତ୍ୟୁ ହୋଇଛି। 3 ଲକ୍ଷ 72 ହଜାର 293 ଜଣ ଚିକିତ୍ସାଧୀନ ଅଛନ୍ତି ।