ଚଣ୍ଡିଗଡ: ପଞ୍ଜାବର ବିଭିନ୍ନ ସ୍ଥାନରେ ଫସି ରହିଥିଲେ ପ୍ରାୟ 300 ଆମେରିକା ନାଗରିକ। ତେବେ ଏମାନଙ୍କୁ ଶନିବାର ଏକ ସ୍ବତନ୍ତ୍ର ବିମାନରେ ଆମେରିକା ଦୂତାବାସ ସହାୟତାରେ ନିଜ ଦେଶକୁ ଫେରାଇ ନିଆଯାଇଛି ।
ସମସ୍ତେ ପଞ୍ଜାବର ବିଭିନ୍ନ ସହରରୁ ଲୁଧିଆନାରେ ଏକାଠି ହୋଇଥିଲେ। ଶେଷରେ ଦିଲ୍ଲୀରୁ ବିମାନରେ ଯାତ୍ରା କରିଥିଲେ। ଗତ ମାସରେ କରୋନା ଭାଇରସ୍ ସଙ୍କଟରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖିଥିଲେ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଶନିବାର ସ୍ପଷ୍ଟ କରିଛନ୍ତି ଯେ ଘରୋଇ କିମ୍ବା ଆନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବା ନେଇ ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ଏ ବାବଦରେ ସରକାରଙ୍କ ନିଷ୍ପତ୍ତି ପରେ ହିଁ ବୁକିଂ ଆରମ୍ଭ ନେଇ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ