ଚଣ୍ଡିଗଡ: ପାକିସ୍ତାନରେ ଫସି ରହିଛନ୍ତି 300 ଭାରତୀୟ । ପାକିସ୍ତାନରେ ଫସି ରହିଥିବା 300 ଭାରତୀୟ ସ୍ବଦେଶ ଫେରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଏକ ପଞ୍ଜାବୀ ପରିବାରର କହିବା ଅନୁଯାୟୀ, ସେମାନେ ପଞ୍ଜାବ ଅମୃତସରର ବାସିନ୍ଦା । ସେମାନେ ନିଜ ପରିବାର ସହ ପାକିସ୍ତାନର ଗୁରୁଧାମଙ୍କୁ ବୁଲିବାକୁ ଯାଇଥିଲେ । କୋରୋନା ମହାମାରୀ କାରଣରୁ ଦେଶରେ ଲକଡାଉନ ଲାଗୁ ହୋଇଥିଲା । ଫଳରେ ସେମାନେ ସେବେଠାରୁ ପାକିସ୍ତାନରେ ଫସି ରହିଛନ୍ତି । ଏଣୁ ସେମାନେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ସେମାନଙ୍କୁ ଦେଶକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ