ETV Bharat / bharat

ରାଜସ୍ଥାନ ରାଜନୀତି: ପାଇଲଟଙ୍କ ସହ ଯୋଗାଯୋଗରେ 30 ବିଧାୟକ, ହସ୍ତକ୍ଷେପ କଲା କେନ୍ଦ୍ରୀୟ ଟିମ - ପାଇଲଟଙ୍କ ସହ ଯୋଗାଯୋଗରେ 30 ବିଧାୟକ

ରାଜସ୍ଥାନରେ ଲାଗିରହିଥିବା ରାଜନୈତିକ ଦ୍ବନ୍ଦ୍ବ ରୋଚକ ସ୍ଥିତିକୁ ଗତି କରୁଛି । ଘଟଣାକ୍ରମେ 30 ଜଣ କଂଗ୍ରେସ ବିଧାୟକ ଓ କିଛି ସ୍ବାଧୀନ ବିଧାୟକ ସଚିନ ପାଇଲଟଙ୍କ ସହ ଯୋଗାଯୋଗରେ ରହିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ଅନ୍ୟପଟେ ଏହି ଘଟଣାରେ କେନ୍ଦ୍ରୀୟ ଟିମ ହସ୍ତକ୍ଷେପ କରିଛି । ଅଧିକ ପଢନ୍ତୁ...

ରାଜସ୍ଥାନ ରାଜନୀତି: ପାଇଲଟଙ୍କ ସହ ଯୋଗାଯୋଗରେ 30 ବିଧାୟକ, ହସ୍ତକ୍ଷେପ କଲା କେନ୍ଦ୍ରୀୟ ଟିମ

author img

By

Published : Jul 12, 2020, 8:23 PM IST

ଜୟପୁର: ରାଜସ୍ଥାନରେ ଲାଗିରହିଥିବା ରାଜନୈତିକ ଦ୍ବନ୍ଦ୍ବ ରୋଚକ ସ୍ଥିତିକୁ ଗତି କରୁଛି । ଘଟଣାକ୍ରମେ 30 ଜଣ କଂଗ୍ରେସ ବିଧାୟକ ଓ କିଛି ସ୍ବାଧୀନ ବିଧାୟକ ସଚିନ ପାଇଲଟଙ୍କ ସହ ଯୋଗାଯୋଗରେ ରହିଥିବା ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି । ସେହିପରି ପାଇଲଟ ଯାହା ନିଷ୍ପତ୍ତି ନେବେ ତାହାକୁ ଏହି ବିଧାୟକମାନେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂତ୍ର ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ କେନ୍ଦ୍ରୀୟ ଟିମ ହସ୍ତକ୍ଷେପ କରିଛି ।

ଅନ୍ୟପଟେ କନ୍ଦଳରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବଙ୍କ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଛି । ସେଥିପାଇଁ କଂଗ୍ରେସ ବରିଷ୍ଠ ରଣଦୀପ ସୁରଜେୱାଲା ଏବଂ ଅଜୟ ମାକେନଙ୍କୁ ତୁରନ୍ତ ଜୟପୁରରେ ପହଞ୍ଚିବାକୁ ଦଳର ଅନ୍ତରୀଣ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାତିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ରାଜସ୍ଥାନ ଦାୟିତ୍ବରେ ଥିବା ଅବିନାଶ ପାଣ୍ଡେଙ୍କ ସହିତ ଉଭୟ ନେତା ଉପସ୍ଥିତ ରହିବେ ।

ଅପରପକ୍ଷେ ସରକାରକୁ ଅସ୍ଥିର କରିବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗରେ ଡେପୁଟି ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା ପାଇଁ ଦିଆଯାଇଥିବା ଚିଠିଟି ସବୁ ସୀମା ଅତିକ୍ରମ କରିଛି । ଯାହା ସଚିନ ପାଇଲଟଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି ବୋଲି ପୂର୍ବରୁ ପାଇଲଟଙ୍କ ନିକଟତମ ସୂତ୍ରରୁ ଖବର ମିଳିଛି ।

ମୁଖ୍ୟମନ୍ତ୍ରୀଙ୍କ ପାଖରୁ ପୋଲିସର ସ୍ବତନ୍ତ୍ର ଅପରେସନ ଗ୍ରୁପ୍ (SOG) ଦ୍ବାରା ପଠାଯାଇଥିବା ଚିଠି ସଚିନଙ୍କୁ ଅପମାନିତ କରିଛି ବୋଲି ସୂତ୍ର ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ଦ୍ବାରା ପାଇଲଟଙ୍କ କ୍ଷତିକୁ ସମର୍ଥନକାରୀ ବିଧାୟକମାନେ ବାରମ୍ବାର ସହ୍ୟ କରିପାରିବେ ନାହିଁ ବୋଲି କୁହାଯାଇଛି ।

ସେହିପରି ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକ ପ୍ରେସକନଫରେନ୍ସ ଡକାଇଛନ୍ତି । ଏହି ବୈଠକରେ ବିଜେପିର କ୍ଷମତା ହାସଲର କୁ-ଚକ୍ରାନ୍ତକୁ ନିନ୍ଦା କରିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ହରିଶ ଚୌଧୁରୀ । ସେ କହିଛନ୍ତି, ଯେତେବେଳେ ଆମେ ଏକା ସାଙ୍ଗରେ COVID-19 ବିରୋଧରେ ଲଢେଇ କରୁଛି, ସେହି ସମୟରେ ବିଜେପି କ୍ଷମତା ପାଇଁ ଲଢୁଛି । ରାଜସ୍ଥାନ ସରକାର ସମସ୍ତ କାର୍ଯ୍ୟକୁ ମୁକାବିଲା କରିବାରେ ସକ୍ଷମ ହେବେ । ବୋଲି ସେ ଉଲ୍ଲେଖ କରିଛନ୍ତି ।

ଅନ୍ୟପକ୍ଷରେ ବ୍ୟକ୍ତିଗତ କାରଣରୁ ଆମେ ଦିଲ୍ଲୀ ଯାଇଥିଲୁ ବୋଲି ରାଜସ୍ଥାନ କଂଗ୍ରେସ ବିଧାୟକ ରୋହିତ ବୋହରା ପ୍ରକାଶ କରିଛନ୍ତି । ‘ଯଦି ଗଣମାଧ୍ୟମ କହୁଛି ଆମେ ଏହି କାରଣରୁ ସେଠାକୁ ଯାଇଥିଲୁ, ତେବେ ଏହା ଆମର ସମସ୍ୟା ନୁହେଁ । ଆମେ କୌଣସି ବିବାଦର ଅଂଶ ହେବାକୁ ଚାହୁଁନାହୁଁ ।’ ଆମେ କଂଗ୍ରେସର ସୈନିକ ଏବଂ ଆମର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଦଳ ସହିତ ରହିବୁ ବୋଲି ବୋହରା ଉଲ୍ଲେଖ କରିଛନ୍ତି ।

ସଚିନ ପାଇଲଟ ଜୀ ରାଜସ୍ଥାନ କଂଗ୍ରେସର ସଭାପତି ଏବଂ ମୁଁ ରାଜ୍ୟ ପାର୍ଟି ୟୁନିଟର ସଚିବ, ତେଣୁ ସଚିନଙ୍କ ସହ ମୋର ସାକ୍ଷାତ ଏକ ନିତିଦିନିଆ କଥା ବୋଲି ରାଜସ୍ଥାନ କଂଗ୍ରେସ ବିଧାୟକ ଡାନିଶ ଅବ୍ରର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.