ମୁମ୍ବାଇ: ପୁଣି ମୁମ୍ବାଇରେ ତିନି ଜଣ ସାମ୍ବାଦିକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତିନି ଜଣ ଏକ ସମ୍ପୃକ୍ତ ସଂସ୍ଥାର ଟିଭି ସାମ୍ବାଦିକ ବୋଲି ଜଣାପଡିଛି । ତେବେ ଏହାପୂର୍ବରୁ 53 ଜଣ ସାମ୍ବାଦିକ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ ।
ଏହି ଘଟଣା ସେତେବେଳେ ସାମନାକୁ ଆସିଥିଲା ଯେତେବେ ଜଣେ ବରିଷ୍ଠ ସାମ୍ବାଦିକ ଅଶୋକ ବାଗରିଆ ଏନେଇ ଟ୍ବିଟ କରି ସୂଚନା ଦେଇଥିଲେ । ସେ କହିଥିଲେ ଯେ ମିଡିଆର ଗୋଟିଏ ଟିମ ସମସ୍ତେ କୋଭିଡ-19 ପଜିଟିଭ ହୋଇଛନ୍ତି । ଏହାପରେ ସେ ସବୁ ମିଡିଆ ହାଉସକୁ ଏହା ଅପିଲ କରିଥିଲେ ଯେ ସମ୍ବାଦିକ ମାନଙ୍କର ପ୍ରତ୍ୟେକ ଦିନ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ ।
ତେବେ ଏବେ ସୁଦ୍ଧା ମହାରାଷ୍ଟ୍ର ସବୁଠାରୁ ଅଧିକ କୋଭିଡ-19 ମାମଲା ରିପୋର୍ଟ କରିଛି । 14,541 ମାମଲା ସାମନାକୁ ଆସିଥିବାବେଳେ 583 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସେପଟେ ବିଏମସି ବିଦେଶ ଫେରନ୍ତାଙ୍କ ପାଇଁ 88 ଟି ହୋଟେଲରେ 3000 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖିବା ପାଇଁ ବ୍ୟବସ୍ଥା କରୁଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଦେଶରେ 56, 342 ଆକ୍ରାନ୍ତ ହୋଇସାରିଥିବାବେଳେ 16,540 ସୁସ୍ଥ ହୋଇଛନ୍ତି । ଯେତେବେଳେ କି 1886 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।