ETV Bharat / bharat

ସୋନଭଦ୍ରରେ ମିଳିଲା ସୁନା ଖଣିର ସନ୍ଧାନ, ରହିଛି 3 ହଜାର ଟନ ସୁନା ପଥର - ୟୁପିରେ ସୁନା ଖଣିର ସନ୍ଧାନ

ୟୁପିର ସୋନଭଦ୍ରରେ ସୁନା ଖଣିର ସନ୍ଧାନ ମିଳିଛି । ମାଟି ତଳେ ବୃହତ ପରିମାଣର ସୁନା ଦବି ରହିଥିବା ସୂଚନା ରହିଛି । ଖୁବଶୀଘ୍ର ଏହି ସୁନା ଉତ୍ତୋଳନ କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସୂଚନା ରହଛି ।

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 20, 2020, 9:32 PM IST

ଲକ୍ଷ୍ନୌ: ଦେଶରେ ସୁନା ଦର ଦିନକୁ ଦିନ ହୁ ହୁ ବଢିବାରେ ଲାଗିଛି । ଏପରିସ୍ଥଳେ ଦେଶବାସୀଙ୍କୁ ଖୁସି ଖବର ମଳିଛି । ୟୁପିର ସୋନଭଦ୍ରରେ ସୁନା ଖଣିର ସନ୍ଧାନ ମିଳିଛି । ମାଟି ତଳେ ଏକ ବୃହତ ପରିମାଣର ସୁନା ଦବି ରହିଥିବା ସୂଚନା ରହିଛି । ଖୁବଶୀଘ୍ର ଏହି ସୁନା ଉତ୍ତୋଳନ କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ସୂଚନା ରହଛି ।

ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ(ଜିଏସଆଇ)ଟିମ ବିଗତ 15 ବର୍ଷ ହେବ ଏହି ସନ୍ଧାନରେ କାମ କରୁଥିଲା । ଟିମ ଆଠ ବର୍ଷ ପୂର୍ବେ ମାଟି ତଳେ ଏତେ ପରିମାଣର ସୁନା ଦବି ରହିଥିବା ଅନୁମାନ କରିଥିଲା । ପାଖାପାଖି 3ହଜାର ଟନ ସୁନା ରହିଥିବା ସୂଚନା ରହିଛି । ୟୁପି ସରକାର ଏବେ ଏହି ସୁନା ଉତ୍ତୋଳନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଯାଇ ଏହାର ଇ-ନିଲାମି ପ୍ରକ୍ରିୟା ଆରମ୍ଭ କରିଦେଇଛି ।

ସୂଚନା ଅନୁସାରେ 2005ରେ ଜିଏସଆଇ ଟିମ ସୁନା ସନ୍ଧାନ ଅଭିଯାନ ଆରମ୍ଭ କରିଥିଲା । ଗଭୀର ଅନୁଧ୍ୟାନ ପରେ ସୋନଭଦ୍ରରେ ସୁନା ମାଟି ତଳେ ରହିଥିବା 2012ରେ ଜାଣିବାକୁ ପାଇଥିଲା । ଟିମ୍‌ ସୋନଭଦ୍ରର ପାହାଡରେ ସୁନା ରହିଥିବା ସୂଚନା ଦେଇଛି । ଜିଏସଆଇର ସୂଚନା ଅନୁସାରେ ହରଦୀ ଅଞ୍ଚଳରେ 646.15କିଲୋଗ୍ରାମ ସୁନାର ଭଣ୍ଡାର ରହିଛି ଓ ସେହିଭଳି ସୋନ ପାହାଡ ତଳେ 2943.25ଟନ ସୁନା ଭଣ୍ଡାର ରହିଥିବା ସୂଚନା ଦେଇଛି ।

ୟୁପି ସରକାର ଏହି କାର୍ଯ୍ୟରେ ତ୍ବରିତ ପଦକ୍ଷେପ ନେଇ ସୁନା ବ୍ଲକ ଆବଣ୍ଟନ ସମ୍ବନ୍ଧ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ସୋନଭଦ୍ରର କୋନ କ୍ଷେତ୍ରର ହରଦି ଗ୍ରାମ ଓ ମହୁଲି କ୍ଷେତ୍ରରେ ପାହାଡି ଅଞ୍ଚଳରେ ଏହି ସୁନା ଖଣି ମିଳିଛି । ଇ-ଟେଣ୍ଡରିଂ ମାଧ୍ୟମରେ ଏହାର ବିକ୍ରି କରିବା ପାଇଁ ସାତ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ୍‌ ଗଠିତ କରାଯାଇଛି । ଏହି ଟିମ୍‌ ଜିଓ ଟ୍ୟାଗିଂ କରିବ ଓ 22 ଫେବୃଆରୀ 2020 ସୁଦ୍ଧା ରିପୋର୍ଟ ଭୂତତ୍ତ୍ବଓ ଖଣିଜ ବିଭାଗ ନିର୍ଦ୍ଦେଶାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.